ମନୋରଞ୍ଜନ
Mia wins six crore: ବାଜିରେ ଛଅ କୋଟି ଜିଣିଲେ ମିଆ
ଅଶଡ଼ ଚଳଚ୍ଚିତ୍ର ଅଭିନେତ୍ରୀରୁ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନ୍ସର୍ ପାଲଟିଥିବା ଲେବାନିଜ୍ ତାରକା ମିଆ ଖଲିଫା ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ରେ ଦୁଇଗୁଣା ଖୁସି ପାଇଛନ୍ତି।

ଅଶଡ଼ ଚଳଚ୍ଚିତ୍ର ଅଭିନେତ୍ରୀରୁ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନ୍ସର୍ ପାଲଟିଥିବା ଲେବାନିଜ୍ ତାରକା ମିଆ ଖଲିଫା ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ରେ ଦୁଇଗୁଣା ଖୁସି ପାଇଛନ୍ତି। ପ୍ରଥମେ ତ ସେ ଆମେରିକାର ମେଟ୍ଲାଇଫ୍ ଷ୍ଟାଡିଅମ୍ରେ ବସି ସ୍ପେନ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ମ୍ୟାଚ୍ ଉପଭୋଗ କରିଥିଲେ। ସ୍ପେନ୍ ଦଳର ତାରକା ଲାମିନ୍ ୟମାଲ୍ଙ୍କ ଜର୍ସି ପିନ୍ଧି ପ୍ରିୟ ଦଳକୁ ସେ ସମର୍ଥନ କରିଥିଲେ। ତା’ ସଙ୍ଗେ ସଙ୍ଗେ ସେ ଏହି ମ୍ୟାଚ୍ରେ ବାଜି ଲଗାଇ ୧୫.୯୨ କୋଟି ଟଙ୍କା ଜିଣିଛନ୍ତି। ସ୍ପେନ୍ ଜିଣିବା ପରେ ସ୍ବାଭାବିକ ଭାବେ ସେ ଉତ୍ଫୁଲ୍ଲିତ ହୋଇ ଷ୍ଟାଡିଅମ୍ରେ ନାଚିବାକୁ ଲାଗିଥିଲେ।
ସୌଜନ୍ୟ ସମ୍ବାଦ




