ଦେଶ ବିଦେଶ

Oil Tankers Attack: ହର୍ମୁଜ୍ ପରେ ବାବ୍ ଅଲ୍-ମାଣ୍ଡେବ ନୂଆ ମୋର୍ଚ୍ଚା: ଲୋହିତ ସାଗରରେ ସାଉଦି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲେ ହୁତି

ୟେମେନର ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ସେମାନେ ଲୋହିତ ସାଗରରେ ସାଉଦି ଆରବର ଦୁଇଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛନ୍ତି। ସୋମବାର ସାଉଦି ଆରବ ଜାହାଜ ଉପରେ ସାମୁଦ୍ରିକ ଅବରୋଧ ଘୋଷଣା ପରେ ଇରାନ ସମର୍ଥିତ ୟେମେନି ସିଆ ବିଦ୍ରୋହୀ ଗୋଷ୍ଠୀ ହୁତିଙ୍କ ଦ୍ୱାରା ଜାହାଜ ଉପରେ ଏହା ପ୍ରଥମ ଆକ୍ରମଣ।

ସାନା: ୟେମେନର ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ସେମାନେ ଲୋହିତ ସାଗରରେ ସାଉଦି ଆରବର ଦୁଇଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛନ୍ତି। ସୋମବାର ସାଉଦି ଆରବ ଜାହାଜ ଉପରେ ସାମୁଦ୍ରିକ ଅବରୋଧ ଘୋଷଣା ପରେ ଇରାନ ସମର୍ଥିତ ୟେମେନି ସିଆ ବିଦ୍ରୋହୀ ଗୋଷ୍ଠୀ ହୁତିଙ୍କ ଦ୍ୱାରା ଜାହାଜ ଉପରେ ଏହା ପ୍ରଥମ ଆକ୍ରମଣ। ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ସେମାନେ ବାବ୍ ଅଲ୍-ମାଣ୍ଡେବ ନିକଟରେ ବାଲିଷ୍ଟିକ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ବାରା ସାଉଦି ଆରବର ଦୁଇଟି ତୈଳ ଟ୍ୟାଙ୍କର ଏନସେଲିଆ ଏବଂ ଲୈଲା ଉପରେ ଆକ୍ରମଣ କରିଛନ୍ତି।ସେମାନେ ଦାବି କରିଛନ୍ତି ଯେ, ଆକ୍ରମଣ ପରେ ଉଭୟ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ତେଲ ଟ୍ୟାଙ୍କର ଗୁଡ଼ିକ ସାମୁଦ୍ରିକ ଅବରୋଧ ଉଲ୍ଲଂଘନ କରିଥିବା ଅଭିଯୋଗ ସେମାନେ କରିଛନ୍ତି।

ଚଳିତ ମାସର ଆରମ୍ଭରେ ସାନା ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣର ଜବାବରେ ହୁତିମାନେ ଏହି ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସାଉଦି ଆରବ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସାଉଦି ଆରବ ଏହି ସାମୁଦ୍ରିକ ଅବରୋଧକୁ ନିନ୍ଦା କରିଛି ଏବଂ ୟେମେନର ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାରଙ୍କ ପ୍ରତି ରିୟାଦର ସମର୍ଥନ ଥିବା ଦୋହରାଇଛି।

ଜାହାଜ ଚଳାଚଳ ମାର୍ଗ ଉପରେ ଚାପ ବୃଦ୍ଧି

ଲୋହିତ ସାଗରରେ ଆକ୍ରମଣ ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗ ଉପରେ ଚାପ ବୃଦ୍ଧି ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଇରାନର ଆକ୍ରମଣ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକର ଶକ୍ତି ରପ୍ତାନି ପ୍ରଭାବିତ ହୋଇଛି। ଏବେ ହୁତିଙ୍କ ଆକ୍ରମଣ ଲୋହିତ ସାଗର ମାର୍ଗ ପ୍ରତି ବିପଦ ବୃଦ୍ଧି କରିଛି। ହୁତିମାନେ ଦାବି କରିଛନ୍ତି ଯେ, ଅବରୋଧ ଯୋଗୁଁ ୧୦ ଜାହାଜ ବାବ୍ ଅଲ୍-ମାଣ୍ଡେବରୁ ଫେରି ଯାଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button