ଦେଶ ବିଦେଶ

Iran Oil Warning: ‘ଯଦି ଇରାନ ତେଲ ନ ବିକ୍ରି କରିବ, ତେବେ ଆଉ କେହି ବିକି ପାରିବେ ନାହିଁ’: ଟ୍ରମ୍ପଙ୍କୁ ଧମକ ଦେଲେ ଗାଲିବାଫ୍

ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ୍ ଆମେରିକାକୁ ଖୋଲା ଧମକ ଦେଇଛନ୍ତି। ଗାଲିବାଫ୍ କହିଛନ୍ତି ଯେ, ଯଦି ଇରାନକୁ ତେଲ ବିକ୍ରୟ କରିବାରୁ ବାରଣ କରାଯାଏ, ତେବେ ଅନ୍ୟ କେହି ମଧ୍ୟ ତେଲ ବିକ୍ରି କରିପାରିବେ ନାହିଁ।

ତେହେରାନ:ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ୍ ଆମେରିକାକୁ ଖୋଲା ଧମକ ଦେଇଛନ୍ତି। ଗାଲିବାଫ୍ କହିଛନ୍ତି ଯେ, ଯଦି ଇରାନକୁ ତେଲ ବିକ୍ରୟ କରିବାରୁ ବାରଣ କରାଯାଏ, ତେବେ ଅନ୍ୟ କେହି ମଧ୍ୟ ତେଲ ବିକ୍ରି କରିପାରିବେ ନାହିଁ। ସେ ଚେତାବନୀ ଦେଇଛନ୍ତି, ହର୍ମୁଜ୍ ପ୍ରଣାଳୀ ଯୁଦ୍ଧ ପୂର୍ବ ପରିସ୍ଥିତିକୁ ଆଉ କେବେ ମଧ୍ୟ ଫେରିବ ନାହିଁ। ଇରାନର ସେତୁ ଏବଂ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଗାଲିବାଫ୍‌ଙ୍କ ଏହି ଚେତାବନୀ ଆସିଛି।

ଗାଲିବାଫ୍‌ଙ୍କ ଚେତାବନୀକୁ ଟ୍ରମ୍ପଙ୍କ ଧମକର ପ୍ରତିକ୍ରିୟା ଭାବରେ ଦେଖାଯାଉଛି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଏହି ଯୁଦ୍ଧର ସମୀକରଣ ସ୍ପଷ୍ଟ। ସମସ୍ତେ କିମ୍ବା କେହି ନୁହେଁ। ଯେଉଁ ଅଞ୍ଚଳରେ ଆମେ ତେଲ ବିକ୍ରୟ କରୁନାହୁଁ, ସେଠାରେ ଅନ୍ୟ କେହି ତେଲ ବିକ୍ରି କରିପାରିବେ ନାହିଁ। ଯଦି ଆମର ସୁରକ୍ଷା ସୁନିଶ୍ଚିତ ନହୁଏ, ତେବେ କୌଣସି ଭିତ୍ତିଭୂମି ସୁରକ୍ଷିତ ରହିବ ନାହିଁ। ହର୍ମୁଜ୍‌ର ସୁରକ୍ଷା ଆମେରିକୀୟ ସେନାକୁ ଏହି ଜଳମାର୍ଗଠାରୁ ଦୂରେଇ ରଖିବାରେ ନିହିତ ରହିଛି।

ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ

ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଆମେରିକା ସେନା ପୁଣି ଥରେ ଇରାନ ଉପରେ ବୋମା ପକାଇଛି। ଇରାନ ବିରୋଧରେ ଏହା ଲଗାତାର ୧୨ତମ ରାତି ଆକ୍ରମଣ। ଜବାବରେ, ଇରାନ ମଧ୍ୟ ଉପସାଗରରେ ଥିବା ଆମେରିକୀୟ ସହଯୋଗୀ ଦେଶଗୁଡ଼ିକରେ ଥିବା ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button