ରାଜ୍ୟ

Government medicines: ଡାକ୍ତରଖାନା ବାହାରେ ଫୋପାଡ଼ିଦେଲେ ସରକାରୀ ଔଷଧ

ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଔଷଧ ଦୋକାନ ନିକଟସ୍ଥ ପରିତ୍ୟକ୍ତ ଘର ଏବଂ ଏହାର ଆଖପାଖ ସ୍ଥାନରେ ଆଜି ସକାଳେ ବହୁ ପରିମାଣର ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି।

ମୋହନା/ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଔଷଧ ଦୋକାନ ନିକଟସ୍ଥ ପରିତ୍ୟକ୍ତ ଘର ଏବଂ ଏହାର ଆଖପାଖ ସ୍ଥାନରେ ଆଜି ସକାଳେ ବହୁ ପରିମାଣର ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଅଧିକାଂଶ ଔଷଧର ବୈଧତା ସରି ନଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଏଗୁଡ଼ିକୁ ବାହାରେ ଫୋପାଡ଼ି ଦିଆଗଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। କିଛି ଔଷଧର ବୈଧତା ଅଗଷ୍ଟ ମାସ ଥିବା ବେଳେ ଆଉ କିଛି ଔଷଧର ଡିସେମ୍ବର ମାସ ରହିଛି। ଯଦି ଏହି ଔଷଧ ବ୍ୟବହାରଯୋଗ୍ୟ ନଥିଲା, ତା’ହେଲେ ପ୍ରଚଳିତ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ କାହିଁକି ନଷ୍ଟ କରାଗଲାନି ବୋଲି ଚର୍ଚ୍ଚା ହେଉଛି।

ଅଧିକାଂଶ ଔଷଧର ବୈଧତା ସରିନି
ତଦନ୍ତ ଚାଲିଛି: ଗଜପତି ସିିଡିଏମ୍‌ଓ

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଞ୍ଜୁରାଣୀ ଜେନା କହିଛନ୍ତି, ଘଟଣାସ୍ଥଳରୁ ଔଷଧର ନମୁନା ସଂଗ୍ରହ କରାଯାଇଛି। ସେହି ଔଷଧ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୁହେଁ। ତେବେ ଔଷଧଗୁଡ଼ିକ କେଉଁଠାରୁ ଆସିଲା, କିଏ ଓ କାହିଁକି ଆଣି ସେଠାରେ ଫିଙ୍ଗିଲା, ସେନେଇ ତଦନ୍ତ ଜାରି ରହିଛି। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button