White crocodile: ଆବଦ୍ଧ ପୋଖରୀରୁ ମୁକ୍ତି ପାଇବେ ଧଳା କୁମ୍ଭୀର ମଲ୍ଲୀ ଓ ଶ୍ବେତା
ରାଜନଗର ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀକୁ ୫୧ ବର୍ଷ ପୂରିଯାଇଥିଲେ ବି ଆଜିଯାଏଁ ମା’ ହୋଇପାରିନି। ଗୋରୀ ପରି ୨୩ ବର୍ଷୀୟା ଧଳା କୁମ୍ଭୀର ମଲ୍ଲୀ ମଧ୍ୟ ଆବଦ୍ଧ ପୋଖରୀରେ ନିଃସଙ୍ଗ ଜୀବନ ବିତାଉଥିବାରୁ ମା’ ହୋଇ ପାରୁନି।

ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀକୁ ୫୧ ବର୍ଷ ପୂରିଯାଇଥିଲେ ବି ଆଜିଯାଏଁ ମା’ ହୋଇପାରିନି। ଗୋରୀ ପରି ୨୩ ବର୍ଷୀୟା ଧଳା କୁମ୍ଭୀର ମଲ୍ଲୀ ମଧ୍ୟ ଆବଦ୍ଧ ପୋଖରୀରେ ନିଃସଙ୍ଗ ଜୀବନ ବିତାଉଥିବାରୁ ମା’ ହୋଇ ପାରୁନି। ସେହିଭଳି ୬ ଫୁଟିଆ କୁଣ୍ଡରେ ଆବଦ୍ଧ ଜୀବନ ବିତାଉଥିବା ୭ ବର୍ଷର ଧଳା କୁମ୍ଭୀର ଶ୍ବେତାର ଜୀବନ ମଧ୍ୟ ସଙ୍କଟରେ। ଗୋରା ହୋଇ ଜନ୍ମ ହେବା ସେମାନଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି। ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଧଳା କୁମ୍ଭୀରଙ୍କୁ ନଦୀର ପ୍ରାକୃତିକ ପରିବେଶରେ ଛାଡ଼ିବାକୁ ପରିବେଶବିତ ଓ କୁମ୍ଭୀର ବିଶାରଦମାନେ ଦାବି କରିଛନ୍ତି। ଭିତରକନିକା ବଉଳା କୁମ୍ଭୀର ବ୍ୟବସ୍ଥାର ଜନକ କୁହାଯାଉଥିବା ସୁଧାକର କର କହିଛନ୍ତି ଯେ ଗୋରୀ ଆବଦ୍ଧ ପୋଖରୀରେ ରହିବା କାରଣରୁ ଆଜି ଯାଏଁ ମା’ ହୋଇପାରିଲା ନାହିଁ। ଆବଦ୍ଧ ପୋଖରୀରେ ଥିବା ମଲ୍ଲୀ ଓ ପ୍ରଜନନ କେନ୍ଦ୍ରରେ ଥିବା ଶ୍ବେତାକୁ ନଦୀରେ ଛାଡ଼ିଦେବା ପାଇଁ ପଦକ୍ଷେପ ନେବାକୁ ପିସିସିଏଫ୍କୁ ଜଣାଇଛନ୍ତି ବୋଲି ଶ୍ରୀ କର କହିଛନ୍ତି। ବନବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କିଛି ପ୍ରତିକ୍ରିୟା ଦିଆଯାଇନଥିଲେ ମଧ୍ୟ ଦୁଇ ଧଳା କୁମ୍ଭୀରଙ୍କୁ ମୁକ୍ତ କରାଯିବା ନେଇ ଆଲୋଚନା ଜାରି ରହିଥିବା ସୂଚନା ରହିଛି।
ସୌଜନ୍ୟ ସମ୍ବାଦ




