ଜାତୀୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ CJPର କାହା ଉପରେ ନଜର? ନେଲା ନୂଆ ପଦକ୍ଷେପ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୨୭॥୭: ନିଟ୍‌ ପେପର ଲିକ୍‌ ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (CJP) ଉତ୍ତରପ୍ରଦେଶରେ ମୋର୍ଚ୍ଚା ଖୋଲିଛି। ୟୁପି ସରକାର ରାମପୁରର ଜୌହର ବିଶ୍ୱବିଦ୍ୟାଳୟକୁ ଭାଙ୍ଗିବା ପାଇଁ ଆଦେଶ ଦେଇଛନ୍ତି। ଏହାକୁ ନେଇ CJP କହିଛି ଯେ ଏହା ଦେଶ ପାଇଁ ଠିକ ହେବ ନାହିଁ।

କକ୍ରୋଚ ଜନତା ପାର୍ଟି ‘X’ ରେ ଲେଖିଛି, ’ଦେଶରେ ତ ସେମିତି ବି ରିପୋର୍ଟ ଅନୁଯାୟୀ ପ୍ରାୟ ୨୦ ରୁ ଅଧିକ ସ୍କୁଲ ପ୍ରତିଦିନ ବନ୍ଦ ହେଉଛି, ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶରେ ବିଶ୍ୱବିଦ୍ୟାଳୟକୁ ଭଙ୍ଗାଯିବା ଅର୍ଥ ଶିକ୍ଷାକୁ ଦଳି ଦେବା ଭଳି ଏକ ନିଷ୍ପତ୍ତି ହେବ, ଯାହା ଏହି ଦେଶ ପାଇଁ ଆଦୌ ଠିକ ହେବ ନାହିଁ।’ CJP ପକ୍ଷରୁ କୁହାଯାଇଛି ଯେ ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍‌ ଏବଂ ଏହି ଆଦେଶ ପ୍ରତ୍ୟାହାର କରିବା ଉଚିତ୍‌।

ସୂଚନାଯୋଗ୍ୟ ଯେ ରାମପୁର ବିକାଶ ପ୍ରାଧିକରଣ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିିତ ୪୦ଟି କୋଠା ମଧ୍ୟରୁ ୩୮ଟିକୁ ବେଆଇନ ବୋଲି ଘୋଷଣା କରାଯାଇଛି। ଏହି କୋଠାଗୁଡ଼ିକର ନିର୍ମାଣକୁ ବେଆଇନ ମାନି ସେଗୁଡ଼ିକ ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଜାରି କରାଯାଇଛି। ରାମପୁରର ଜିଲାପାଳ କହିଛନ୍ତି ଯେ ଅନୁଷ୍ଠାନକୁ ୧୫ ଦିନର ସମୟ ଦିଆଯାଇଛି, ଯଦି ସେମାନେ ବେଆଇନ ନିର୍ମାଣ ହଟାନ୍ତି ନାହିଁ, ତେବେ ରାମପୁର ବିକାଶ ପ୍ରାଧିକରଣ ନିଜସ୍ବ ସ୍ତରରେ ଧ୍ୱଂସକାର୍ଯ୍ୟ ଅଭିଯାନ ଚଳାଇବ। ରାମପୁର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ସମାଜବାଦୀ ପାର୍ଟି ବିରୋଧ କରୁଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button