ରାଜ୍ୟ
Phulbani Medical College: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ହେବ ଫୁଲବାଣୀ ମେଡିକାଲ କଲେଜ
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହେବ ଫୁଲବାଣୀ ସରକାରୀ ମେଡିକାଲ କଲେଜ। କନ୍ଧମାଳର ସନ୍ଥ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ ରଖିବା ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ....

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହେବ ଫୁଲବାଣୀ ସରକାରୀ ମେଡିକାଲ କଲେଜ। କନ୍ଧମାଳର ସନ୍ଥ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ ରଖିବା ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଜଲେଶପଟ୍ଟାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍ଏସ୍ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି।
ସୌଜନ୍ୟ ସମ୍ବାଦ




