ରାଜ୍ୟ

Schools Closed: ଆଜି ବି ୪ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି

ରାଜ୍ୟ ସାରା ପ୍ରବଳ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ୪ ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଥିବା ଜଣାଯାଇଛି।

ଭୁବନେଶ୍ବର: ରାଜ୍ୟ ସାରା ପ୍ରବଳ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ୪ ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଥିବା ଜଣାଯାଇଛି।  ମୟୂରଭଞ୍ଜଭଦ୍ରକ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ୨୮ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି। ଏନେଇ  ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଅ‌ାଯାଇଛି।

ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ

ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକ, ଶିକ୍ଷକ ଓ ସମସ୍ତ ସମ୍ପୃକ୍ତଙ୍କୁ ସତର୍କ ରହିବା ସହ ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି  ମୟୂରଭଞ୍ଜସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିଲା। ଏନେଇ  ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶନାମା ଜାରି କରିଥିଲେ। ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଅ‌ାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button