ରାଜ୍ୟ
Banakalagi ritual : ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦର୍ଶନ ମନା

ପୁରୀ, ୨୯/୦୭ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ହେବ । ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କଟକଣା ରହିବ । ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ନୀତି ସମ୍ପାଦନ କରିବେ । ବନକଲାଗି ଶେଷ କରି ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ ମହାସ୍ନାନ ଆଦି ନୀତି ବଢ଼ି ପୁନଃ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ।
ସୌଜନ୍ୟ ପ୍ରମେୟ




