Neymar Retirement: ଫୁଟବଲ ଦୁନିଆକୁ ଝଟକା, ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ନେମାର
ବ୍ରାଜିଲର ଷ୍ଟାର ଫୁଟବଲର ନେମାର ଜୁନିୟର ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଫିଫା ବିଶ୍ୱକପରେ ଦଳର ପରାଜୟ ପରେ ହିଁ ସେ ଅବସର ନେବାର ସଙ୍କେତ ଦେଇଥିଲେ । ୨୦୨୬ ଫିଫା ବିଶ୍ୱକପରେ ବ୍ରାଜିଲ ଦଳ ନରୱେ ନିକଟରୁ ହାରି ବିଦାୟ ନେଇଥିଲା। ସେହି ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଶେଷ ଭାଗରେ ନେମାର ପେନାଲ୍ଟି ଜରିଆରେ ଏକ ଗୋଲ୍ ସ୍କୋର କରିଥିଲେ।

ନୂଆଦିଲ୍ଲୀ: ବ୍ରାଜିଲର ଷ୍ଟାର ଖେଳାଳି ନେମାର ଜୁନିୟର ଆନ୍ତର୍ଜାତୀୟ ଫୁଟବଲରୁ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପରେ ବ୍ରାଜିଲ ଦଳ ନରୱେ ନିକଟରୁ ହାରି ବିଦାୟ ନେଇଥିଲା। ସେହି ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଶେଷ ଭାଗରେ ନେମାର ପେନାଲ୍ଟି ଜରିଆରେ ଏକ ଗୋଲ୍ ସ୍କୋର କରିଥିଲେ। ବ୍ରାଜିଲ ପାଇଁ ଏହା ତାଙ୍କର ୮୦ତମ ଗୋଲ୍ ଥିଲା। ୧୯୯୨ ମସିହାରେ ଜନ୍ମିତ ନେମାରଙ୍କ ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟର ୧୬ ବର୍ଷର ରହିଥିଲା। ୨୦୧୦ ମସିହାରେ ସେ ଆମେରିକା ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ।
ନେମାର ଶୁଣାଇଲେ ନିଜର ନିଷ୍ପତ୍ତି
୩୪ ବର୍ଷୀୟ ନେମାର କୋପା ସୁଦାମେରିକାନାରେ ‘ସାଣ୍ଟୋସ୍’ର ୪-୨ ବିଜୟ ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଗତ କିଛି ସପ୍ତାହ ଧରି ତାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି। ସେ କହିଛନ୍ତି, “ଜାତୀୟ ଦଳ ସହିତ ମୋର ସମୟ ଶେଷ ହୋଇଛି। ମୁଁ ଇତିହାସ ରଚିଛି, ବହୁତ ଖୁସି ପାଇଛି ଏବଂ ହଳଦିଆ ଜର୍ସି ପାଇଁ ସବୁବେଳେ ନିଜର ସବୁକିଛି ଦେଇଛି। କିନ୍ତୁ ଏବେ ମୁଁ ଆଉ ଆଗକୁ ଖେଳିବାକୁ ଚାହୁଁନାହିଁ।”
ସୌଜନ୍ୟ ସମ୍ବାଦ




