ଦେଶ ବିଦେଶ
Bus driver’s house: ପୂର୍ବତନ ବସ୍ ଡ୍ରାଇଭରଙ୍କ ଘରୁ ନଗଦ ୨୦ କୋଟି, ୧୫ କେଜି ସୁନା ଜବତ
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୨୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୧୫ କିଲୋଗ୍ରାମ ଓଜନର ସୁନା ଜବତ କରିଛି। ପୂର୍ବତନ ସରକାରୀ ବସ୍ ଡ୍ରାଇଭର ତଥା ବର୍ତ୍ତମାନର ପଥର....

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୨୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୧୫ କିଲୋଗ୍ରାମ ଓଜନର ସୁନା ଜବତ କରିଛି। ପୂର୍ବତନ ସରକାରୀ ବସ୍ ଡ୍ରାଇଭର ତଥା ବର୍ତ୍ତମାନର ପଥର ବ୍ୟବସାୟୀ ମିନାର ମଣ୍ଡଳଙ୍କ ଦେଉଚା ଗ୍ରାମରେ ଥିବା ବାସଭବନ ଉପରେ ପୁଲିସ ବୁଧବାର ଚଢ଼ଉ କରିଥିଲା। ଗୁପ୍ତ ତଥ୍ୟ ଆଧାରରେ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍ରେ ଘର ଭିତରୁ ୩୫ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ନଗଦ ଟଙ୍କା ଜବତ କରାଯାଇଛି। ନୋଟ୍ ଗଣିବା ପାଇଁ ପୁଲିସ ପକ୍ଷରୁ ୫ଟି କାଉଣ୍ଟିଂ ମେସିନ୍ ଏବଂ ଟଙ୍କା ରଖିବା ପାଇଁ ୫ଟି ବଡ଼ ବାକ୍ସ ଅଣାଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ନଗଦ ଟଙ୍କା ପରିମାଣ ୨୦ କୋଟି ଟପି ସାରିଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଥିଲା।
ସୌଜନ୍ୟ ସମ୍ବାଦ




