ରାଜ୍ୟ

Flood In Odisha: ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ, ବ୍ରାହ୍ମଣୀରେ ବନ୍ୟା

ରାଜ୍ୟବ୍ୟାପି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ ଓ ବ୍ରାହ୍ମଣୀ ନଦୀ ଓ ତାର ଶାଖାନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଶତାଧିକ ଗ୍ରାମର ଲକ୍ଷାଧିକ ପରିବାର ପ୍ରଭାବିତ ହୋଇଛନ୍ତି।

ଭୁବନେଶ୍ବର: ରାଜ୍ୟବ୍ୟାପି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ ଓ ବ୍ରାହ୍ମଣୀ ନଦୀ ଓ ତାର ଶାଖାନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଶତାଧିକ ଗ୍ରାମର ଲକ୍ଷାଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଉପରମୁଣ୍ଡ ଛତିଶଗଡ଼ିରେ ବର୍ଷା ହେବା ହେବା ଫଳରେ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଚଳିତ ବର୍ଷ ବୈତରଣୀରେ ବଡ଼ବନ୍ୟା ଆସିବା ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ହାଟଡ଼ିହି ବ୍ଲକ୍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆନନ୍ଦପୁରରେ ଘାଇ ହେବା ସହିତ ହାଟଡ଼ିହି ବ୍ଲକ୍ ର ୯ଟି ପଞ୍ଚାୟତର ୪୦ଟି ଗ୍ରାମର ୩୧ହଜାର ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ମୋଟ୍ ୭୮ ପଞ୍ଚାୟତର ୭୧୩ଟି ଗାଁ, ୫ଟି ସହରାଞ୍ଚଳ ବୈତରଣୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ସେହିପରି ବୈତରଣୀ ବନ୍ୟା ଫଳରେ ବିଶେଷ କରି ଯାଜପୁର ଜିଲ୍ଲାର ଦଶରଥପୁର, ଯାଜପୁର, କୋରେଇରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button