ଖେଳ

Women’s Asia Cup: ଫାଇନାଲ୍ ପିକ୍ଚର କ୍ଲିୟର; ଟ୍ରଫି ଟକ୍କରରେ ଲଢିବେ ଭାରତ-ଶ୍ରୀଲଙ୍କା, ପାକିସ୍ତାନ ନକ୍ଆଉଟ୍‌

ନୂଆଦିଲ୍ଲୀ,୧୨/୦୯; ଚଳିତ ମହିଳା ଟି-ଟ୍ୱେଣ୍ଟି ଏସିଆ କପ୍ର ଦ୍ୱିତୀୟ ସେମି ଫାଇନାଲ୍‌ରେ ପାକିସ୍ତାନକୁ ୪ ୱିକେଟ୍‌ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା ଫାଇନାଲ୍‌ରେ ପ୍ରବେଶ କରିଛି । ଆସନ୍ତା ରବିବାର ୭ ଥର ଚାମ୍ପିଅନ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ଖେଳାଯିବ । ଗତ ସଂସ୍କରଣରେ ଉଭୟ ଦଳ ଫାଇନାଲ୍‌ରେ ପରସ୍ପରକୁ ଭେଟିଥିଲେ । ଶ୍ରୀଲଙ୍କା ୮ ୱିକେଟ୍‌ରେ ବିଜୟୀ ହୋଇ ପ୍ରଥମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଥିଲା ।

ଶୁକ୍ରବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫/୧୩୦ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ୮ଟି ବଲ୍ ବାକି ଥାଇ ୬ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଶ୍ରୀଲଙ୍କା-ଭାରତ ଫାଇନାଲ୍ ଶ୍ରୀଲଙ୍କା ପାଇଁ ଫଳପ୍ରଦ ରହିଥିଲା । ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ୨୯ ରନ୍ ମଧ୍ୟରେ ପାକିସ୍ତାନର ଓପନିଂ ଯୋଡ଼ିଙ୍କୁ ପାଭିଲିୟନ ପଠାଇଥିଲେ । ମୁନିବା ଅଲି ୨ ଓ ଏସ୍. ଜୁଲଫିକର ୧୬ବଲ୍‌ରେ ୨୪ (୨ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ପାକିସ୍ତାନକୁ ୪ ୱିକେଟ୍‌ରେ ହରାଇଲା ଶ୍ରୀଲଙ୍କା ଏହାପରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇଥିଲା । ଆୟେଶା ଜାଫର ୭ ଓ ସଦାଫ୍ ଶମାସ ୮ରନ୍ କରି ବିଦାୟ ନେଇଥିଲେ । ଅଧିନାୟିକା ଫାତିମା ସାନା କ୍ରିଜ୍‌ରେ ଯୋଗଦେଇ ପ୍ରଥମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଗୁଲ ସହ ଫିରୋଜାଙ୍କ ସହ ମିଶି ସ୍କୋରକୁ ୯୨ରେ ପହଞ୍ଚାଇଥିଲେ । ଫିରୋଜା ୨୧ରନ୍ ଆଉଟ୍ ହୋଇଥିଲେ । ମାତ୍ର ସାନା ୩୬ବଲ୍‌ରେ ଅପରାଜିତ ୪୭ (୪ଚୌକା, ୨ଛକା) ରନ୍ ଯୋଗ ପଡ଼ିଲେ ଅନୁ, ଶାହାନବାଜ କରିବା ଫଳରେ ଦଳୀୟ ସ୍କୋର ୫/୧୩୦ରେ ପହଞ୍ଚିଥିଲା । ଅନ୍ୟ ବ୍ୟାଟର ଟୁବା ହାସାନ ୧୨ରନ୍ କରି ଅପରାଜିତ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଚାମରି ଆଟାପଟୁ ଓ ଚାମୁଡ଼ି ପ୍ରବୋଡା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button