ଖେଳ

Duleep Trophy: ଟ୍ରଫି ଚାଷୀ କିଷନ ! ୧୩ ବର୍ଷ ପରେ ଇଷ୍ଟଜୋନ୍‌ଙ୍କୁ ଜିତାଇଲେ ଦୁଲୀପ ଟ୍ରଫି

ନୂଆଦିଲ୍ଲୀ,୧୨/୦୯; ଇଶାନ କିଷନଙ୍କ ନେତୃତ୍ୱରେ ପୂର୍ବାଞ୍ଚଳ ଦୀର୍ଘ ୧୩ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ସମ୍ପୂର୍ଣ୍ଣ ୫ ଦିନ ଧରି ଦଳ ଆଧିପତ୍ୟ ଜାରି ରଖି ଟ୍ରଫି ନିଶ୍ଚିତ କରିଥିଲା । ଅନ୍ତିମ ଦିବସରେ ମୋଟ୍ ୪୮.୨ ଓଭର ଖେଳ ହୋଇଥିଲା । ପୂର୍ବାଞ୍ଚଳ ୭/୩୮୮ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଦକ୍ଷିଣାଞ୍ଚଳ ସମ୍ମୁଖରେ ମୋଟ୍ ୭୬୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ପୂର୍ବାଞ୍ଚଳ । ଗୋଟିଏ ମାତ୍ର ଅଧିବେଶନ ମଧ୍ୟରେ ମ୍ୟାଚର ଫଳାଫଳ ବାହାରିବା ସମ୍ଭବ ନଥିବାରୁ ଉଭୟ ଦଳର ନିଷ୍ପତ୍ତି କ୍ରମେ ଅନ୍ତିମ ଦିବସ ଘୋଷଣା କରାଯାଇଥିଲା ।

ଦକ୍ଷିଣାଞ୍ଚଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିନଥିଲା । ପ୍ରଥମ ଇନିଂସରେ ୨୭୦ ଓ ଦ୍ୱିତୀୟ ଇନିଂସ ୮୦ ରନ୍‌ର ଇନିଂସ ଖେଳିଥିବା ଇଶାନ କିଷନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେ ୫ଟି ଇନିଂସରେ ମୋଟ୍ ୪୦୯ ରନ ସଂଗ୍ରହ କରିଥିଲେ । ସେହିପରି ୨ଟି ମ୍ୟାଚରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ବଳରେ ମୋଟ୍ ୨୬୬ ରନ ସଂଗ୍ରହ କରିଥିବା ଦକ୍ଷିଣାଞ୍ଚଳ ଅଧିନାୟକ ତିଳକ ବର୍ମାଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ତିମ ଦିବସରେ ପୂର୍ବାଞ୍ଚଳ ଅସମାପ୍ତ ଦ୍ୱିତୀୟ ଇନିଂସ ୫/୨୧୨ ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବଦିନରୁ ଅପରାଜିତ ଥିବା ମହମ୍ମଦ କୁରେଶି ଓ କୁମାର କୁଶାଗ୍ର ସତର୍କତାର ସହ ବ୍ୟାଟିଂ କରିଥିଲେ ।

ଦଳୀୟ ସ୍କୋର ୨୩୮ ବେଳେ କୁଶାଗ୍ର ବ୍ୟକ୍ତିଗତ ୪୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଅନୁକୂଳ ରୟ ଓ କୁରେଶ ମିଶି ଆଉ ଏକ ବିଶାଳ ଭାଗିଦାରୀ ଗଠନ କରିଥିଲେ । କୁରେଶି ଶତକ ଓ ଅନୁକୂଳ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଉଭୟ ସପ୍ତମ ୱିକେଟ୍‌ରେ ୧୫୦ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୩୮୮ବେଳେ ଯୋଡ଼ି ଭାଙ୍ଗିଥିଲେ ନୀଧିଶ । ଅନୁକୂଳ ବ୍ୟକ୍ତିଗତ ୬୪ ରନ କରି ଆଉଟ୍ ହୋଇଥିଲେ । କୁରେଶି ୧୩ଚୌକା ଓ ୪ ଛକା ବଳରେ ୧୧୬ ରନ କରି ଅପରାଜିତ ରହିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button