ରାଜ୍ୟ

IPL Betting Case: ବ୍ରହ୍ମପୁରକୁ ଲମ୍ବିଛି ଆଇପିଏଲ୍‌ ବେଟିଂ ଚେର, ପଶ୍ଚିମବଙ୍ଗରୁ ଅପରେଟ୍ କରୁଛି ନମସ୍ତେ ଗ୍ରୁପ୍‌ର ମାଷ୍ଟମାଇଣ୍ଡ୍‌, ପୁଲିସ ସ୍କାନ୍‌ରେ ଲିଙ୍କ୍‌ରେ ଥିବା ବୁକି

ବ୍ରହ୍ମପୁର, ୩୦/୦୭: ଆଇପିଏଲ୍‌ ବେଟିଂ ଚେର ବ୍ରହ୍ମପୁର ସାରା ମାଡିଛି ।  ସହରର ସବୁ ଥାନା ଅଞ୍ଚଳରେ ଅଛନ୍ତି ଆଇପିଏଲ୍‌ ବୁକି । ବୈଦ୍ୟନାଥପୁର ଥାନା ପୁଲିସ ଏପ୍ରିଲ୍‌ ୩୦ ତାରିଖରେ କରିଥିବା ଏକ ଆଇପିଏଲ୍‌ ବେଟିଂମାମଲାର ତଦନ୍ତ ସମୟରେ ଆଉ ଜଣଙ୍କ ଲିଙ୍କ୍‌ ପଦାକୁ ଆସିଛି । ଲାଞ୍ଜିପଲ୍ଲୀ ଗାଈଗୋଠ ପଡ଼ିଆ ଅଞ୍ଚଳର ମନୋଜ ବେହେରାଙ୍କୁ ଗିରଫ କରି କୋର୍ଟ  ଚାଲାଣ କରାଯାଇଥିବା ପ୍ରେସ୍‌  ବିବୃତିରେ ସୂଚନା ଦେଇଛନ୍ତି  ବ୍ରହ୍ମପୁର ଏସ୍‌ପି ଡା.ସରବଣା  ବିବେକ ଏମ୍‌ । ଅଭିଯୁକ୍ତ ଠାରୁ  ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ  କରାଯାଇଛି । ଅଭିଯୁକ୍ତ ନାମରେ  ଥିବା ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରୁଥିବାବେଳେ ତାହା ଫ୍ରିଜ୍‌ କରିବାକୁ ବ୍ୟାଙ୍କ୍‌କୁ  ଚିଠି କରାଯିବ ବୋଲି ପୁଲିସ ପ୍ରକାଶ  କରିଛି ।

ଏହି ମାମଲାରେ ପୂର୍ବରୁ ଗୋସାଇଁନୂଆଗାଁ ନେହରୁ  ନଗରର ଶୁଭମ ପ୍ରଧାନ(୨୧)ଙ୍କୁ ଗିରଫ କରିଥିଲା ପୁଲିସ ।  ଅଭିଯୁକ୍ତ ଠାରୁ ଦୁଇଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ  ହୋଇଥିଲା । ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୭.୩୭ଲକ୍ଷ  ଟଙ୍କା ବେଟିଂ ପାଇଁ ସେ ରଖିଥିବା ବେଳେ ଆଉ ଗୋଟିଏ  ଆକାଉଣ୍ଟରେ ବେଟ୍‌ ଲଗାଇଥିବା ୭୦ଜଣଙ୍କ ୧୨.୮୬ଲକ୍ଷ  ଟଙ୍କା ଥିବା ଜଣାପଡିଥିଲା । ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟରେ  ଥିବା ୨୦.୨୩ଲକ୍ଷ ଟଙ୍କା ଫ୍ରିଜ୍‌ ହୋଇଥିବାବେଳେ ଜବତ  ମୋବାଇଲ୍‌ର ତଥ୍ୟ ଯାଞ୍ଚ୍‌ ପାଇଁ ଫରେନ୍‌ସିକ୍‌ ଲାବ୍‌  ପଠାଯାଇଥିଲା । ଶୁଭମ୍‌ ସହ ମନୋଜ ବେହେରାଙ୍କ ଲିଙ୍କ୍‌ ଥିବା ଜଣାପଡିବା ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ  କରିଛି । ଏହି ର‌୍ୟାକେଟ୍‌ରେ ଆହୁରି ବହୁ ବୁକିଙ୍କ ଲିଙ୍କ୍‌ ଥିବା ପୁଲିସ ତଦନ୍ତରେ ଜଣାପଡିଛି ।  ସେମାନଙ୍କ ଉପରେ ପୁଲିସ  ନଜର ରଖିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button