ବାଣିଜ୍ୟରାଜ୍ୟ

Tanishq: ତନିସ୍କର ହୀରା ଏକ୍ସପର୍ଟାଇଜ୍‌ ସେଣ୍ଟର୍‌

ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ରାଜ୍ୟର ତିନିଟି ଷ୍ଟୋର୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, କଟକର ସିଡିଏ ଓ କିଶୋର ହାଉସ୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ହୀରା ଏକ୍ସପର୍ଟାଇଜ୍‌ ସେଣ୍ଟର (ଡିଏକ୍ସସି) ଆରମ୍ଭ କରାଯାଇଛି।

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ରାଜ୍ୟର ତିନିଟି ଷ୍ଟୋର୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, କଟକର ସିଡିଏ ଓ କିଶୋର ହାଉସ୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ହୀରା ଏକ୍ସପର୍ଟାଇଜ୍‌ ସେଣ୍ଟର (ଡିଏକ୍ସସି) ଆରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାହକମାନେ ଏକ ପରିବର୍ତ୍ତିତ ଓ ସ୍ବଚ୍ଛ ହୀରା କ୍ରୟ ଅନୁଭୂତି ପାଇପାରିବେ। ଆଧୁନିକ ମୂଲ୍ୟାଙ୍କନ ଟୁଲ ଓ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଜରିଆରେ ଗ୍ରାହକମାନେ ପ୍ରାକୃତିକ ହୀରାକୁ ଭଲ ଭାବେ ବୁଝିପାରିବେ। ତନିସ୍କ ଷ୍ଟୋର୍‌ଗୁଡ଼ିକରେ ପ୍ରାକୃତିକ ହୀରା ଗହଣା ସମ୍ଭାର ‘ସୋଲ୍ସ ଇନ୍‌ ସି‌ମ୍ଫୋନି’ ରହିଛି ଗ୍ରାହକମାନେ ତନିସ୍କର ପ୍ରାକୃତିକ ରତ୍ନପଥର ଗହଣା ସମ୍ଭାର ‘ହ୍ୟୁଜ୍‌’କୁ ଦେଖିପାରିବେ।

ପୁରୁଣା ସୁନା ବଦଳରେ ଶୂନ ଡିଡକ୍ସନ

ପୌରାଣିକ କ୍ଷେତ୍ର ଦ୍ବାରା ଅନୁପ୍ରାଣିତ ‘ମୃଗଙ୍କା’ କଲେକ୍ସନ ମଧ୍ୟ ରହିଛି। ‘ସ୍ରୋତିକା’ ସମ୍ଭାର ଓଡ଼ିଶାର ପ୍ରାକୃତିକ ଜଳାଶୟ, ମନ୍ଦିର କଳା ଓ ପ୍ରବାହିତ ନଦୀଗୁଡ଼ିକର ସୌନ୍ଦର୍ଯ୍ୟକୁ ପାଳନ କରୁଛି। ଏହା ବ୍ୟତୀତ ତନିସ୍କରେ ଆବାହନ, ଦେବ୍ୟାନି, ଷ୍ଟ୍ରିଙ୍ଗ ଇଟ୍‌, ଗ୍ଲାମ୍‌ ଡେଜ୍‌, ଡୋର, ଟେଲ୍‌ସ ଅଫ୍‌ ମିଷ୍ଟିକ୍‌, ରେଡ୍‌ କା‌ର୍ପେଟ୍‌, ଅଭିର ଓ ରିଭାହ ସମ୍ଭାର ମଧ୍ୟ ରହିଛି। ଏହି ଅବସରରେ କମ୍ପାନିର ଆଞ୍ଚଳିକ ମୁଖ୍ୟ ଶାହ ଗୌରବ କ୍ରିଷ୍ଣା କହିଥିଲେ ଯେ ଏହି ସେଣ୍ଟରଗୁଡ଼ିକର ପ୍ରଚଳନ ସହ ଆମେ ପ୍ରାକୃତିକ ହୀରା କ୍ରୟକୁ ଅଧିକ ସ୍ବଚ୍ଛ, ପାରସ୍ପରିକ ଓ ସୂଚନା ପ୍ରଦାନ କରିବା ପାଇଁ ଆଉ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଏହି ଅବସରରେ କମ୍ପାନିର ବିଜନେସ୍‌ ଆସୋସିଏଟ୍‌ ମାଣିକ ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତନିସ୍କରେ ଗ୍ରାହକମାନେ ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡ୍‌ସରେ ହୀରା ମୂଲ୍ୟ ଉପରେ ୨୦ ପ୍ରତିଶତ ରିହାତି, ପୁରୁଣା ସୁନା ବଦଳ ବେଳେ ଶୂନ ଡିଡକ୍ସନ ସୁବିଧା ପାଇପାରି‌ବେ। ଏହି ଅଫର ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button