Congress President Bibhuti Bhushan: କଂଗ୍ରେସର ‘ଛାତ୍ର ସଂକଳ୍ପ ସମାବେଶ’: ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣଙ୍କୁ ସମ୍ବର୍ଦ୍ଧନା
ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ‘ଛାତ୍ର ସଂକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଛି। ଏଥିରେ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଭୁବନେଶ୍ବର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ‘ଛାତ୍ର ସଂକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଛି। ଏଥିରେ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାବେଶରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର ଯୋଗ ଦେଇ କହିଥିଲେ, ମୋଦୀ ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ। ଯନ୍ତରମନ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଛାତ୍ର ସମାଜକୁ ମୋଦୀ ସରକାର ଯେଉଁ ଆଚରଣ ପ୍ରଦର୍ଶନ କଲା ତାହା ଦୁର୍ଭାଗ୍ୟଜନକ। ସାରା ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ସମାଜ ଭୁଶୁଡ଼ି ଯାଇଥିବା ଶିକ୍ଷାବ୍ୟବସ୍ଥା ବିରୋଧରେ ଲଢ଼େଇ କରୁଛନ୍ତି। ଶିକ୍ଷା ନାମରେ ବ୍ୟବସାୟ ଚାଲିଛି। ଯନ୍ତରମନ୍ତରରେ ଛାତ୍ରଙ୍କ ଉପରେ ଅମାନବୀୟ ଲାଠିଚାର୍ଜ, ଟିୟରଗ୍ୟାସ୍ ପ୍ରୟୋଗ ଏବଂ ପଥରମାଡ଼ ଘଟଣା ଏ ଦେଶରେ ଚାଲିଥିବା ହିଟଲରୀ ଶାସନକୁ ପଦାରେ ପକାଇଛି।
ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣଙ୍କୁ ସମ୍ବର୍ଦ୍ଧନା
ମୋଦୀ ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ: ବିନୋଦ ଜାଖର
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ, ଓଡ଼ିଶାର ଛାତ୍ରଛାତ୍ରୀ ରାଜରାସ୍ତାରେ ଛିଡ଼ା ହେଉନଥିବାରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ। ଛାତ୍ରମାନଙ୍କ ପ୍ରତି ବାରମ୍ବାର ଅନ୍ୟାୟ ହେଉଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ମା’ ବାପା କେହି ନାହାନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଓଡ଼ିଶାର ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କୁ ନିମୁଡ଼ା ନୃତ୍ୟ କରିବାପାଇଁ ବ୍ୟବସ୍ଥା କରିଦେଇଛନ୍ତି। ସରକାରୀ ପାଠ୍ୟପୁସ୍ତକରେ ୨୦୦୦ ରୁ ଅଧିକ ତ୍ରୁଟି। ଏମାନଙ୍କୁ ଶିକ୍ଷା ଦେବା ପାଇଁ ଦିଲ୍ଲୀର ଯନ୍ତରମନ୍ତରଠାରୁ ଓଡ଼ିଶାରେ ଆହୁରି ପ୍ରଭାବୀ ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଛାତ୍ରଶକ୍ତି ଜାଗ୍ରତ ହେଲେ ଓଡ଼ିଶା ଜାଗିବ।
ସୌଜନ୍ୟ ସମ୍ବାଦ




