ରାଜ୍ୟ

Chameli Ojha FIR: ୮ ଦିନ ପରେ ଅନାସ୍ଥା ଭୋଟ୍, ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏତଲା ଦେଲେ ଚାମେଲି

କେନ୍ଦ୍ରାପଡ଼ା,୦୪/୦୮: ମହାକାଳପଡ଼ା  ବ୍ଲକ୍‌ ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା,  ତାଙ୍କ ସହ ପୂରା ପରିବାର ଲୋକଙ୍କ ଜୀବନ  ପ୍ରତି ବିପଦ ଥିବା ଦର୍ଶାଇ ଆଜି ମାର୍ଶାଘାଇ  ଥାନାରେ ଏତଲା ଦେଇଛନ୍ତି । ମହାକାଳପଡା  ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଓ ତାଙ୍କ  ସମର୍ଥକ କୁହାଯାଉଥିବା ଗ୍ୟାଙ୍ଗଷ୍ଟର୍‌ ସାଜନ୍‌  ବେହେରା ଓ ତା’ର ସହଯୋଗୀମାନଙ୍କ ଆଡୁ  ସେ ବିପଦ ଆଶଙ୍କା କରୁଥିବା ଏତଲାରେ  ଦର୍ଶାଇଛନ୍ତି । ଏଥିପାଇଁ ପୁଲିସର ହସ୍ତକ୍ଷେପ  ଲୋଡ଼ିଛନ୍ତି ଚାମେଲି । ଚଳିତ ଅଗଷ୍ଟ ମାସ  ୧୩ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ  ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟ  କରିବାକୁ ପ୍ରଶାସନ ଧାର୍ଯ୍ୟ କରିଛି ।

ଏତଲାରେ ଚାମେଲି ଦର୍ଶାଇଛନ୍ତି ଯେ,  ତାଙ୍କୁ ଦେଢ଼ ମାସ ଆଗରୁ ବିନା କାରଣରେ  ଗିରଫ କରାଯାଇଥିଲା । ଜାତୀୟ ମାନବାଧିକାର  କମିସନ (ଏନ୍‌ଏଚ୍‌ଆର୍‌ସି) ଏହି ମାମଲାର  ତଦନ୍ତ କରୁଛନ୍ତି । ସେ ଦୁର୍ନୀତି ବିରୋଧରେ  ୯ ଦିନ ଆମରଣ ଅନଶନରେ ବସିଥିଲେ  ଯାହା ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ  କ୍ଷୁବ୍‌ଧ କରିଥିଲା । ସେ ଅନଶନ ସାରି  ଜୁଲାଇ ୨୩ରେ ଗାଁକୁ ଫେରିଥିଲାବେଳେ  ବିଧାୟକ, ତାଙ୍କ ସମର୍ଥକ ଓ ଅପରାଧିକ  ପୃଷ୍ଠଭୂମି ଥିବା କିଛି ବ୍ୟକ୍ତି ତାଙ୍କୁ ଧମକ  ଦେବା ଢଙ୍ଗରେ ତାଙ୍କ ଘର ଚାରିପାଖରେ  ବାଇକ୍‌ରେ ବୁଲିଥିଲେ । ବାହରିଆ ମଲିକ,  ସୁଶାନ୍ତ ମଲିକ, ବିଜୟ ବେହେରା ଓ  ଗ୍ୟାଙ୍ଗଷ୍ଟର ସାଜନ ବେହେରା ତାଙ୍କ ଘର  ଚାରିପାଖରେ ପଇଁତରା ମାରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button