ରାଜ୍ୟ

Attempt To Murder: ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘଷା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି।

ବଣାଇଁଗଡ଼: ସୁନ୍ଦରଗଡ଼ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘଷା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗଣିଘଷା ଗ୍ରାମର କାହ୍ନୁ ଚରଣ ମହାନ୍ତ ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଉପରେ ପେଟ୍ରୋଲ ଢାଳିବା ସହ ନିଆଁ ଲଗାଇ ଦେଇଥିବା କୁହାଯାଉଛି। କାହ୍ନୁଚରଣଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲହୁଣୀପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି।

ଜମିଜମା ବିବାଦ

ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପରିବାରର ଅଭିଯୋଗ ଅନୁସାରେ, ନିଜ ଜମିରେ ବିନା ଅନୁମତିରେ ପରିବାରର କିଛି ସଦସ୍ୟ ଲିଜ୍‌ରେ ପେଟ୍ରୋଲ ପମ୍ପ ଦେଇଥିବା ନେଇ କାହ୍ନୁଚରଣ ଆରଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିବା ଏବଂ ସେହି କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମାଚିସ୍‌, ପେଟ୍ରୋଲ ଥିବା ଏକ ବୋତଲ ଓ ଚପଲ ଜବତ କରିଛି ପୁଲିସ। ତେବେ ଏହି ଆକ୍ରମଣ ପଛରେ କିଏ ଏବଂ ପ୍ରକୃତ କାରଣ କ’ଣ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button