Strait of Hormuz: ହର୍ମୁଜ୍ରେ ଘେରାବନ୍ଦୀ କଡ଼ାକଡ଼ି: ଆମେରିକା ଯବାନଙ୍କ ମୁଣ୍ଡ କାଟିବାକୁ ଧମକ ଦେଲା ଇରାନ
ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ ଆମେରିକା ଇରାନ ବିରୋଧରେ ଅବରୋଧକୁ କଡ଼ାକଡ଼ି କରିଛି। ମଧ୍ୟପ୍ରାଚ୍ୟରେ ସାମରିକ ମିଶନ ପାଇଁ ୨୦ରୁ ଅଧିକ ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି।

ୱାସିଂଟନ:ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ ଆମେରିକା ଇରାନ ବିରୋଧରେ ଅବରୋଧକୁ କଡ଼ାକଡ଼ି କରିଛି। ମଧ୍ୟପ୍ରାଚ୍ୟରେ ସାମରିକ ମିଶନ ପାଇଁ ୨୦ରୁ ଅଧିକ ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ କହିଛି, ଏହି ମିଶନ ଇରାନ ବିରୋଧରେ ଅବରୋଧକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ କରାଯାଉଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ ରିପୋର୍ଟ କରିଛି ଯେ ଅଗଷ୍ଟ ୯ ସୁଦ୍ଧା, ଅବରୋଧ ଉଲ୍ଲଂଘନ କରୁଥିବା ୫୫ ବାଣିଜ୍ୟିକ ଜାହାଜକୁ ଗତିପଥ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା। ଦୁଇଟି ଜାହାଜ ଉପରେ ଆକ୍ରମଣ କରାଯାଇ ଅକାମୀ କରିଦିଆଯାଇଥିଲା। ଅନ୍ୟ ଦୁଇଟି ଜାହାଜରେ ଚଢ଼ି ଯାଞ୍ଚ୍ କରାଯାଇଥିଲା।
ପ୍ରତିରୋଧକମୂଳକ ଜବାବ ଦେବାକୁ ପ୍ରସ୍ତୁତ
ଅପରପକ୍ଷରେ ଇରାନ ଆମେରିକାକୁ ସିଧାସଳଖ ଧମକ ଦେଇଛି। ଇରାନ ଘୋଷଣା କରିଛି ଯେ, ଯଦି ଆମେରିକୀୟ ସୈନିକମାନେ ଇରାନ ମାଟିରେ ପାଦ ଦିଅନ୍ତି, ତେବେ ସେମାନଙ୍କର ମୁଣ୍ଡକାଟ କରାଯିବ। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର ଜେନେରାଲ ଅଲି ଜାହାନଶାହୀ ସ୍ପଷ୍ଟ ଭାବରେ ଏଭଳି ଚେତାବନୀ ଦେଇଛନ୍ତି। ଇରାନ ଶତ୍ରୁଙ୍କର ଯେକୌଣସି କାର୍ଯ୍ୟର କଠୋର ଏବଂ ପ୍ରତିରୋଧକମୂଳକ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ସୌଜନ୍ୟ ସମ୍ବାଦ




