ଦେଶ ବିଦେଶ

Sofa Factory Fire: ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ଜଣ ଶ୍ରମିକଙ୍କ ମୃତ୍ୟୁ

ସାଉଦି ଆରବର ରିୟାଦର ମୁସା ସନୈୟା ଅଞ୍ଚଳରେ ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡଘଟି ୧୬ ଜଣ ପ୍ରବାସୀ ବାଂଲାଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ନୂଆଦିଲ୍ଲୀ: ସାଉଦି ଆରବର ରିୟାଦର ମୁସା ସନୈୟା ଅଞ୍ଚଳରେ ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡଘଟି ୧୬ ଜଣ ପ୍ରବାସୀ ବାଂଲାଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ  ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ଦୁଃଖ ଏବଂ ସମବେଦନା ବ୍ୟକ୍ତ କରିଛି।

ରିପୋର୍ଟ ଅନୁଯାୟୀ, ରବିବାର ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୩:୩୦ ସମୟରେ ରିୟାଦର ଖୋର୍ଦ୍ଦମ ଅଞ୍ଚଳସ୍ଥ ସୋଫା କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ସମଗ୍ର କାରଖାନାକୁ ଗ୍ରାସ କରିଦେଇଥିଲା। ଘଟଣାର ଖବର ପାଇବା ମାତ୍ରେ ରିୟାଦରେ ଥିବା ବାଂଲାଦେଶୀ ଦୂତାବାସର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ। ସେମାନେ ପୀଡିତମାନଙ୍କୁ ଚିହ୍ନଟ କରିବ‌ା ସହ ଏ ମୃତଦେହଗୁଡ଼ିକୁ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକୀୟ ଔପଚାରିକତା ପୂରଣ କରିବା ପାଇଁ ସାଉଦି କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଭାବରେ ସମନ୍ୱୟ ସ୍ଥାପନ କରୁଛନ୍ତି। ଦୂତାବାସ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button