ରାଜ୍ୟ

Driver: ଓଲଟିଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ଦେମହାନ ୫ ଛକିଆ ରାସ୍ତା ରେ ଏକ ଠିକା ସଂସ୍ଥା ମେଟାଲ ପରିବହନ କରୁଥିବା ହାଇୱା ଗାଡ଼ି ଓଲଟି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ।

ଗୁଡଭେଲା: ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ଦେମହାନ ୫ ଛକିଆ ରାସ୍ତାରେ ଏକ ଠିକା ସଂସ୍ଥା ମେଟାଲ ପରିବହନ କରୁଥିବା ହାଇୱା ଗାଡ଼ି ଓଲଟି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ। ଆଜି ସକାଳୁ ରାସ୍ତା ନିର୍ମାଣ ପାଇଁ ମେଟାଲ ନେଇ ଯାଉଥିବା ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଥିଲେ

ତେବେ ଗାଡ଼ିଟି ଓଲଟି ପଡ଼ିଥିଲେ ବି ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଥିଲେ। ତେବେ ଦୁର୍ଘଟଣାର ସୂଚନା ପାଇବା ପରେ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button