ରାଜ୍ୟ

Agristack Not Mandatory ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରସଙ୍ଗ: ମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମଓଡ଼ିଶା ବିଧାୟକଗଣ

ଖରିଫ ଋତୁ ୨୦୨୬-୨୭ ଧାନ ସଂଗ୍ରହ ପାଇଁ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ। ଭାଗଚାଷୀଙ୍କ ପଞ୍ଜୀକରଣ ଓ ଜମିମାଲିକଙ୍କ ସମ୍ମତି ନେଇ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା।

ଭୁବନେଶ୍ୱର: : ଖରିଫ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟଚାଷୀ ସାମିଲ ହେବା ନିମନ୍ତେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ଏଥିନିମନ୍ତେ ଜାରି ପଞ୍ଜୀକରଣ ପ୍ରକ୍ରିୟାରେ ଚାଷୀମାନେ ସହଜରେ ସାମିଲ ହୋଇପାରିବେ। ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ ପଶ୍ଚିମ ଓଡିଶା ତଥା ସମ୍ବଲପୁରବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ।

ଖରିଫ ଋତୁରେ ଧାନ ବିକ୍ରୟକୁ ନେଇ ପଞ୍ଜୀକରଣ ଉପରେ ଚାଷୀମାନଙ୍କ ମଧ୍ୟରେ ଥିବା ସଂଶୟ ସମ୍ପର୍କରେ ବିଧାୟକମାନେ ଆଲୋଚନା କରିଥିଲେ। ବିଶେଷ କରି ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀମାନେ କୌଣସି ଦ୍ୱନ୍ଦ୍ୱରେ ନରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ସାମ୍ବାଦିକ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଏଗ୍ରିଷ୍ଟାକ ବାଧ୍ୟତାମୂଳକ ନୁହେଁ । ଏହାଦ୍ୱାରା କୋଣସି ଚାଷୀ ପଞ୍ଜୀକରଣରୁ ବାଦ ପଡିବେନାହିଁ । ସମସ୍ତ କୃଷକ ପଞ୍ଜୀକରଣ କରାଯିବା ସହ ଚାଷୀ ମାନଙ୍କୁ ଟୋକନ୍ ମିଳିବ। କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି । ଭାଗଚାଷୀମାନଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସମ୍ମତି ଆବଶ୍ୟକ ଥିବା ବେଳେ ଦୂରରେ ରହୁଥିବା ଜମିମାଲିକମାନେ  ସ୍ୱତନ୍ତ୍ର ଆପ ମାଧ୍ୟମରେ ସେମାନଙ୍କ ସମ୍ମତି ପ୍ରଦାନ କରି ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜୀକରଣ କରିପାରିବେ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button