ରାଜ୍ୟ

Barsha Priyadarshini: ‘ଅପସରା’ର ରିଲିଜ୍ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଫିଲ୍ମର ରିଲିଜ୍ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ। ସିନେମାର ପ୍ରଯୋଜକ ବିଜୟ କୁମାର କଣ୍ଡୋଇ ବି ଦୁଇ ମନ୍ତ୍ରୀଙ୍କ ସହ ସିନେମା ସଂପର୍କରେ ଆଲୋଚନା କରିଥିଲେ।

ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ମୁକ୍ତିଲାଭକରିବ ‘ବିଦିଶା କ୍ରାଫ୍ଟ’ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଅପସରା”। ଏଥିରେ ମୁଖ୍ୟ ଭୂମିକା ନିଭାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହାବ୍ୟତୀତ ସେ କନସେପ୍ଟ, ସ୍କ୍ରିନପ୍ଲେ ଏବଂ ଅତିରିକ୍ତ ସଂଳାପ ଦାୟିତ୍ୱ ବି ବହନ କରିଛନ୍ତି। ଫିଲ୍ମର ରିଲିଜ୍ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତକରିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ। ସିନେମାର ପ୍ରଯୋଜକ ବିଜୟ କୁମାର କଣ୍ଡୋଇ ବି ଦୁଇ ମନ୍ତ୍ରୀଙ୍କ ସହ ସିନେମା ସଂପର୍କରେ ଆଲୋଚନା କରିଥିଲେ।

“ଅପସରା” ସିନେମା ଜରିଆରେ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ପାଇଁ ପ୍ରେରଣା: ଆଜିର ଯୁବପିଢିଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା, ଶିକ୍ଷା, ସୁରକ୍ଷା, ସଚେତନତା ଓ ସଂସ୍କାର, ସମାଜରେ ନୈତିକତା ଏବଂ ସଚେତନତା ବୃଦ୍ଧି କରିବା,ଡିଜିଟାଲ ଦୁନିଆ ଓ ଟେକ୍ନୋଲୋଜିର ସଠିକ୍ ବ୍ୟବହାର: ଆଜିର ଡିଜିଟାଲ ଯୁଗରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ବ୍ୟବହାର ଏବଂ ସେଥିପ୍ରତି ସଚେତନତା ସୃଷ୍ଟି କରିବାର ପ୍ରୟାସ କରାଯାଇଛି ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି।
ସୂଚନାଯୋଗ୍ୟ, ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ ଏବଂ ଏହାର କାହାଣୀ ଡକ୍ଟର ରଜନୀ ରଞ୍ଜନଙ୍କ ଦ୍ୱାରା ଲିଖିତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ଚଳଚ୍ଚିତ୍ରର ମଧୁର ସ୍ୱରରେ ଗୀତଗୁଡ଼ିକୁ ଗାଇଛନ୍ତି କୁଲଦୀପ ଏବଂ ଇରା ମହାନ୍ତି। ସେହିପରି ଗୀତଗୁଡ଼ିକର ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। ଚଳଚ୍ଚିତ୍ରର ସମ୍ପାଦନା ରାଜେଶ ଦାସ ଏବଂ କ୍ୟାମେରା ପରିଚାଳନା ଦାୟିତ୍ୱରେ ଅଛନ୍ତି ଆର. ଭଗତ ସିଂହ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button