ଦେଶ ବିଦେଶ

China rocket launch: ଚୀନ୍‌ର ରକେଟ୍‌ ଉତ୍‌କ୍ଷେପଣ ବିଫଳ, ଉଡ଼ାଣ ସମୟରେ ବିସ୍ଫୋରଣ

ଯୋଗାଯୋଗ ଉପଗ୍ରହ ନେଇ ଉଡ଼ାଣ ଆରମ୍ଭ କରିଥିବା ଚୀନ୍‌ର ଲଙ୍ଗ୍‌ ମାର୍ଚ୍ଚ-୭ଏ ରକେଟ୍‌ ଉତ୍‌କ୍ଷେପଣ ବିଫଳ ହୋଇଛି। ସୋମବାର ଚୀନ୍‌ର ହାଇନାନ ପ୍ରଦେଶର ୱେନଚାଙ୍ଗ ମହାକାଶ ଉତ୍‌କ୍ଷେପଣ କେନ୍ଦ୍ରରୁ ରାତି ୮ଟା ୨ ମିନିଟ୍‌ରେ ରକେଟ୍‌ଟି ଉଡ଼ାଣ ଆରମ୍ଭ କରିଥିଲା।

ବେଜିଂ: ଯୋଗାଯୋଗ ଉପଗ୍ରହ ନେଇ ଉଡ଼ାଣ ଆରମ୍ଭ କରିଥିବା ଚୀନ୍‌ର ଲଙ୍ଗ୍‌ ମାର୍ଚ୍ଚ-୭ଏ ରକେଟ୍‌ ଉତ୍‌କ୍ଷେପଣ ବିଫଳ ହୋଇଛି। ସୋମବାର ଚୀନ୍‌ର ହାଇନାନ ପ୍ରଦେଶର ୱେନଚାଙ୍ଗ ମହାକାଶ ଉତ୍‌କ୍ଷେପଣ କେନ୍ଦ୍ରରୁ ରାତି ୮ଟା ୨ ମିନିଟ୍‌ରେ ରକେଟ୍‌ଟି ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ଝୋଙ୍ଗସିଙ୍ଗ-୪ବି ନାମକ ଏକ ଯୋଗାଯୋଗ ଉପଗ୍ରହ ଥିଲା। ଉଡ଼ାଣ ସମୟରେ କିଛି ‘ଅସ୍ବାଭାବିକତା’ ଦେଖାଦେବାରୁ ମିସନ ବିଫଳ ହୋଇଥିବା ଚୀନ୍‌ର ସରକାରୀ ଗଣମାଧ୍ୟମ ଜିନହୁଆ କହିଛି।

ଲଙ୍ଗ୍‌ ମାର୍ଚ୍ଚ-୭ଏ ରକେଟ୍‌ର ଏହା ଦ୍ବିତୀୟ ବିଫଳ ଉତ୍‌କ୍ଷେପଣ। ଏହି ରକେଟ୍‌ର ପ୍ରଥମ ଉତ୍‌କ୍ଷେପଣ ମଧ୍ୟ ୨୦୨୦ ମସିହାରେ ୱେନଚାଙ୍ଗରୁ ବିଫଳ ହୋଇଥିଲା। ଏହାପରେ ଏହି ରକେଟ୍‌ ଏକାଧିକ ସଫଳ ମିସନ କରିଥିଲା। ଚଳିତ ଘଟଣା ଚୀନ୍‌ର ବୃହତ୍‌ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ଝଟ୍‌କା ଭାବେ ଦେଖାଯାଉଛି। ଚୀନ୍‌ ଆଗାମୀ କିଛି ବର୍ଷ ମଧ୍ୟରେ ମହାକାଶ କ୍ଷେତ୍ରରେ ନିଜର ଅଭିଯାନକୁ ଆହୁରି ବଢ଼ାଇବା ସହ ୨୦୩୦ ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପଠାଇବାକୁ ଲକ୍ଷ୍ୟ ରଖିଛି। ଏହି ଦୌଡ଼ରେ ଆମେରିକାର ‘ଆର୍ଟେମିସ୍‌’ କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ ଚୀନ୍‌ର ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ଏହି ରକେଟ୍‌ ବିଫଳତା ଗୁରୁତ୍ବପୂର୍ଣ୍ଣ ଘଟଣା ହୋଇଛି। ଏହି ବିଫଳତା ଉପରେ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରକେଟ୍‌ ତିଆରି ଓ ଉତ୍‌କ୍ଷେପଣ ଅତ୍ୟନ୍ତ କଷ୍ଟକର କାମ। ଚୀନ୍‌ ଏହି ବିଫଳତାରୁ ଶୀଘ୍ର ବାହାରି ଆସୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button