ଦେଶ ବିଦେଶ
Accidental death: ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତି ଘଣ୍ଟାରେ ୨୦ ଜଣଙ୍କ ଜୀବନ ଯାଉଛି: ଗଡକରୀ
ଭାରତରେ ସଡ଼କ ଦୁର୍ଘଟଣାର ଭୟାବହ ସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି।

ନୂଆଦିଲ୍ଲୀ: ଭାରତରେ ସଡ଼କ ଦୁର୍ଘଟଣାର ଭୟାବହ ସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଅର୍ଥାତ୍ ପ୍ରତି ଘଣ୍ଟାରେ ପ୍ରାୟ ୨୦ ଜଣଙ୍କ ଜୀବନ ଯାଉଛି ବୋଲି ସେ କହିଛନ୍ତି। ରୋଗ କିମ୍ବା ଯୁଦ୍ଧ ମଧ୍ୟ ଏଭଳି ଭାବେ ଜୀବନ ନେଉନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।
ସୌଜନ୍ୟ ସମ୍ବାଦ




