ଖେଳ

Hockey World Cup 2026: ୧୫ରୁ ପୁରୁଷ ହକି ବିଶ୍ୱକପ; ୧୬ ବର୍ଷ ପରେ ଲଢିବେ ଭାରତ-ପାକିସ୍ତାନ, ଜାଣନ୍ତୁ କେବେ ମୁକାବିଲା ?

ନୂଆଦିଲ୍ଲୀ,୧୨/୦୮; ଆସନ୍ତା ୧୫ ତାରିଖରୁ ବେଲଜିୟମ ଓ ନେଦରଲାଣ୍ଡସରେ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ । ଭାରତ ପୁଲ ଡି’ରେ ସାମିଲ ରହିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୱେଲ୍ସ ଓ ଇଂଲଣ୍ଡ ମଧ୍ୟ ଏହି ପୁଲରେ ସ୍ଥାନ ପାଇଛନ୍ତି । ଦୀର୍ଘ ୧୬ ବର୍ଷ ପରେ ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ । ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଆସନ୍ତା ୧୯ ତାରିଖରେ ଆମଷ୍ଟେଲଭିନରେ ଖେଳାଯିବ । ଶେଷ ଥର ଭାରତ ଓ ପାକିସ୍ତାନ ୨୦୧୦ ବିଶ୍ୱକପ୍ରେ ପୁଲରେ ମୁହାଁମୁହିଁ ହୋଇଥିଲେ । ଏହି ବିଶ୍ୱକପ୍ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା । ପୁଣି ଦେଢ଼ ଦଶନ୍ଧି ପରେ ଦୁଇ ଦଳ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଯାହାକୁ ବିଶ୍ୱକପ୍‌ ସବୁ ବଡ଼ ମ୍ୟାଚ କୁହାଯାଉଛି ।

ପୁଲରେ ଭାରତ ପ୍ରଥମ ମ୍ୟାଚ ୱେଲ୍ସ ବିପକ୍ଷରେ ଆସନ୍ତା ୧୫ ତାରିଖରେ ଖେଳିବ । ଏହାପରେ ୧୭ ତାରିଖରେ ଇଂଲଣ୍ଡ ଏବଂ ୧୯ରେ ପାକିସ୍ତାନକୁ ଭେଟିବାର ସୂଚୀ ରହିଛନ୍ତି । ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବେ । ୨୦୧୦ରେ ଜିତିଥିଲା ଭାରତ ୨୦୧୦ ବିଶ୍ୱକପ୍ରେ ଭାରତ ୪-୧ ଗୋଲରେ ପାକିସ୍ତାନକୁ ପରାଜିତ କରିଥିଲା । ଉଭୟ ଦଳ ବିଶ୍ୱକପ୍‌ରେ ମୋଟ୍ ୫ ଥର ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୩ ଥର ଓ ପାକିସ୍ତାନ ୨ ଥର ବିଜୟୀ ହୋଇଛି । ୧୯୭୧ ବିଶ୍ୱକପ୍‌ରେ ପାକିସ୍ତାନ ୨-୧ ଗୋଲରେ ଭାରତକୁ ପରାଜିତ କରିଥିଲା । ୧୯୭୧ରେ ଭାରତ ୧-୦ ଗୋଲରେ ବିଜୟୀ ହୋଇଥିଲା । ୧୯୭୫ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଟାଇଟଲ ଲଢ଼େଇ ହୋଇଥିଲା । ଭାରତ ୨-୧ ଗୋଲରେ ବିଜୟୀ ହୋଇ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । ୧୯୮୬ରେ ପାକିସ୍ତାନ ୩-୨ରେ ଭାରତକୁ ଏବଂ ୨୦୧୦ରେ ଭାରତ ୪-୧ରେ ପାକିସ୍ତାନକୁ ହରାଇଥିଲା । ପାକିସ୍ତାନ ସର୍ବାଧିକ (୧୯୭୧, ୧୯୭୮, ୧୯୮୨ ଓ ୧୯୯୪) ୪ ଥର ବିଶ୍ୱ ଚାମ୍ପିଅନ ହୋଇଛି । କିନ୍ତୁ ଭାରତ ଥରୁଟିଏ ଜିତିଛି । କ୍ରମାନ୍ୱୟରେ ପୂର୍ବ ୨ଟି ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । କିନ୍ତୁ ଭାରତ ଘରୋଇ ପରିବେଶରେ ସେମିତି ଉନ୍ନତ ପ୍ରଦର୍ଶନ କରିପାରି ନଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button