ରାଜ୍ୟ

Accident: ୨ ଟ୍ରେଲର ମୁହାଁମୁହିଁ ଧକ୍କା: ଚାଳକ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ପାଉଁଶ ବୋଝେଇ ଓ କୋଇଲା ବୋଝେଇ ଟ୍ରେଲର ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ କୋଇଲା ବୋଝେଇ ଟ୍ରେଲରର ଚାଳକ ଆହତ ହୋଇଥିବାବେଳେ ତାଙ୍କୁ ଭଷ୍ମା ପୁଲିସ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ସୁନ୍ଦରଗଡ଼: ଆଜି ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ପାଉଁଶ ବୋଝେଇ ଓ କୋଇଲା ବୋଝେଇ ଟ୍ରେଲର ମଧ୍ଯରେ ମୁହାଁମୁହିଁଧକ୍କାହୋଇଥିଲା। ଏଥିରେ କୋଇଲା ବୋଝେଇ ଟ୍ରେଲରର ଚାଳକ ଆହତ ହୋଇଥିବାବେଳେ ତାଙ୍କୁ ଭଷ୍ମା ପୁଲିସ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ପୁଲିସର ତଦନ୍ତ

ମିଳିଥିବା ସୂଚନା ଅନୁସାରେ, ଭଷ୍ମା ପେଟ୍ରୋଲ ପମ୍ପରୁ ଏକ ପାଉଁଶ ବୋଝେଇ ଟ୍ରକ ରାସ୍ତାକୁ ଆସି ଏକ କୋଇଲା ବୋଝେଇ ଟ୍ରେଲରକୁ ଧକ୍କା ଦେଇଥିଲା। ବେପରୱା ଗାଡ଼ି ଚାଳନା ଯୋଗୁ ଏପରି ହୋଇଥିବା କହାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଲାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button