ଦେଶ ବିଦେଶ
Assam-Arunachal Border: ଆସାମ-ଅରୁଣାଚଳ ସୀମାରେ ପୁଣି ସଂଘର୍ଷ, ଭିଡ଼ ହଟାଇବାକୁ ପୁଲିସର ଫାଙ୍କା ଗୁଳିଚାଳନା
ଆସାମ ପକ୍ଷରୁ ତାକାମ ମିସିଙ୍ଗ ପୋରିନ କେବାଙ୍ଗ (ଟିଏମ୍ପିକେ) ଓ ଅନ୍ୟ ସ୍ଥାନୀୟ ସଂଗଠନ ଆହ୍ବାନ କରିଥିବା ଏହି ଆର୍ଥିକ ଅବରୋଧ ଚାଲିଥିଲା । ଏହି ସମୟରେ ଅରୁଣାଚଳ ପକ୍ଷର କିଛି ଲୋକ ଆସାମର ଆନ୍ଦୋଳନକାରୀଙ୍କ ଉପରେ ପଥର ମାଡ଼ କରିଥିବା ଏବଂ ଏଥିରେ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଗୁଆହାଟୀ : ଅନିର୍ଦ୍ଦିଷ୍ଟକାଳୀନ ଆର୍ଥିକ ଅବରୋଧ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଗୁରୁବାର ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ପୁଣି ସଂଘର୍ଷ ଘଟିଛି । ଆସାମର ଧେମାଜି ଜିଲ୍ଲାର ସିଲାପଥର ଅଞ୍ଚଳର ଲିକାବାଲି ପ୍ରବେଶ ପଥରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅରୁଣାଚଳ ପ୍ରଦେଶ ପୁଲିସ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଆସାମ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି । ଘଟଣାଟି ଗୁରୁବାର ସକାଳ ପୂର୍ବରୁ ଘଟିଥିଲା ।
ସୌଜନ୍ୟ ସମ୍ବାଦ




