ଦେଶ ବିଦେଶ
Gen Z remark: ଜେନ୍-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା
ବିଜେପି ସାଂସଦ କଙ୍ଗନା ରଣାୱତ ଜେନ୍-ଜି ଆନ୍ଦୋଳନକାରୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ‘ଜେନେରେସନ୍ ଗଟର’ ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କଙ୍ଗନା...

ନୂଆଦିଲ୍ଲୀ: ବିଜେପି ସାଂସଦ କଙ୍ଗନା ରଣାୱତ ଜେନ୍-ଜି ଆନ୍ଦୋଳନକାରୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ‘ଜେନେରେସନ୍ ଗଟର’ ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମନ୍ତବ୍ୟ ଭାରତର ସମଗ୍ର ଜେନ୍-ଜିଙ୍କ ପାଇଁ ନୁହେଁ ବରଂ ବିକ୍ଷୋଭକାରୀଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଲକ୍ଷ୍ୟ କରି ସେ ଏହି ଟିପ୍ପଣୀ ଦେଇଥିଲେ। କଙ୍ଗନାଙ୍କ ମନ୍ତବ୍ୟକୁ ପୂର୍ବରୁ ତୀବ୍ର ସମାଲୋଚନା କରାଯାଇଥିଲେ ମଧ୍ୟ କଙ୍ଗନା ପୁଣିଥରେ ନିଜ ମତ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




