Ravindra Jadeja: ୩୫୦+ ୱିକେଟ୍, ୪୦୦୦ରୁ ଅଧିକ ରନ୍…ଜାଡେଜାଙ୍କ ଐତିହାସିକ ଡବଲ, ସ୍ପେସାଲ୍ କ୍ଲବରେ କଲେ ଏଣ୍ଟ୍ରୀ
ଗାଲେ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ୩୫୦ ଟେଷ୍ଟ ୱିକେଟ୍ ପୂରଣ କରି ଇତିହାସ ରଚିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ପଞ୍ଚମ ଭାରତୀୟ ହୋଇଛନ୍ତି । କପିଲ ଦେବଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଯିଏ କି ୪୦୦୦+ ଟେଷ୍ଟ ରନ୍ ଏବଂ ୩୫୦+ ୱିକେଟ୍ ନେଇଛନ୍ତି। ଜାଡେଜାଙ୍କ ପୂର୍ବରୁ କପିଳ ଦେବ ଦେବ, ଇଆନ ବୋଥାମ ଓ ଡାନିଏଲ ଭେଟ୍ଟୋରୀ ଏହି କ୍ଲବରେ ଥିଲେ ।

ନୂଆଦିଲ୍ଲୀ,୧୮/୦୮; ଗାଲେରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ସାର୍ ଜାଡେଜାଙ୍କ ମ୍ୟାଜିକ । ବ୍ୟାଟିଂ ବୋଲିରେ ଦମଦାର ପ୍ରଦର୍ଶନ କର ରେକର୍ଡ କରିଛନ୍ତି ଜାଡେଜା । ଭାରତ ବନାମ ଶ୍ରୀଲଙ୍କା ଗାଲେ ଟେଷ୍ଟର ତୃତୀୟ ଦିନରେ ସେ ୩ଟି ୱିକେଟ ନେଇ ୩୫୦ ଟେଷ୍ଟ ୱିକେଟ୍ ହାସଲ କରିଛନ୍ତି । ଖାଲି ୱିକେଟ୍ ନୁହେଁ ୪ ହଜାରରୁ ଅଧିକ ରନ୍ କରି ଏକ ସ୍ୱତନ୍ତ୍ର କ୍ଲବଲରେ ସାମିଲ ହୋଇଛନ୍ତି । ଜାଡେଜା ବର୍ତ୍ତମାନ ଦ୍ୱିତୀୟ ଭାରତୀୟ ଭାବେ ୪ ହଜାରରୁ ଅଧିକ ଟେଷ୍ଟ ରନ୍ ଓ ୩୫୦ରୁ ଅଧିକ ୱିକେଟ୍ ନେଇଛନ୍ତି । ତାଙ୍କ ପୂର୍ବରୁ କପିଲ ଦେବ ଏହି ସଫଳତା ହାସଲ କରିଥିଲେ ।
ସାର୍ ଜାଡେଜାଙ୍କ ରେକର୍ଡ- ଜାଡ଼େଜା ମୋଟ୍ ୩ଟି ୱିକେଟ୍ ନେଇ ଏକ ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସର ଚତୁର୍ଥ ଅଲ୍ରାଉଣ୍ଡର ଭାବେ ସେ ଟେଷ୍ଟ କ୍ରିକେଟ୍ରେ ୪୦୦୦ରୁ ଊଦ୍ଧ୍ୱର୍ ରନ ସଂଗ୍ରହ କରିବା ସହ ୩୫୦ରୁ ଅଧିକ ୱିକେଟ୍ ନେଇଥିଲେ । ୯୦ତମ ଟେଷ୍ଟ ଖେଳୁଥିବା ଜାଡ଼େଜା ୪୧୦୮ ରନ ସଂଗ୍ରହ କରିବା ସହ ମୋଟ୍ ୩୫୧ଟି ୱିକେଟ୍ ନେଇ ସାରିଛନ୍ତି । ତାଙ୍କ ପୂର୍ବରୁ କପିଲ ଦେବ ୧୩୧ଟି ଟେଷ୍ଟ ଖେଳି ୫୨୪୮ ରନ ସଂଗ୍ରହ କରିବା ସହ ୪୩୪ଟି ୱିକେଟ୍ ନେଇଥିବାବେଳେ ଇଂଲଣ୍ଡର ଇଆନ ବୋଥାମ ୧୦୨ଟି ଟେଷ୍ଟରୁ ୫୨୦୦ ରନ ଓ ୩୮୩ ୱିକେଟ୍, ନ୍ୟୁଜିଲାଣ୍ଡର ଡାନିଏଲ ଭିଟ୍ଟୋରୀ ୧୧୩ଟି ଟେଷ୍ଟରୁ ୪୫୩୧ ରନ ସହ ୩୬୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।
ସୌଜନ୍ୟ ପ୍ରମେୟ




