Australia: ବାଂଲାଦେଶ ହରାଇଲା…ଏବେ ICC ଦେବ ଝଟକା, କିପରି ବର୍ବାଦ ହେଲା ବଡ଼ ଟିମ୍ ?
ବାଂଲାଦେଶଠାରୁ ପରାଜୟ ପରେ ଅଷ୍ଟ୍ରେଲିଆ ଏବେ ଆଇସିସିର ନିଷ୍ପତ୍ତି ଉପରେ ନଜର ରଖିଛି । ଯଦି ଡବ୍ଲ୍ୟୁଟିସି ପଏଣ୍ଟ କଟାଯାଏ, ତେବେ ପଡ଼ିଆରେ ପରାଜୟର ପ୍ରଭାବ କେବଳ ସିରିଜର ସୀମିତ ରହିବ ନାହିଁ ବରଂ ଫାଇନାଲ୍ ଦୌଡକୁ ମଧ୍ୟ ପ୍ରଭାବିତ କରିପାରେ ।

ନୂଆଦିଲ୍ଲୀ,୧୮/୦୮; କ୍ରିକେଟ ଇତିହାସରେ ପ୍ରଥମ ଥର ପରାଜୟ, ଫାଇନ୍ ଏବଂ ବାଦ ପଡିବ ବଡ଼ ଦଳ । ବିଶ୍ୱ ବିଜୟୀ ଅଷ୍ଟ୍ରେଲିଆର ଅବସ୍ଥା ଏବେ ଶୋଚନୀୟ । ଡାରୱିନରେ ବାଂଲାଦେଶଠାରୁ ପ୍ରଥମ ଟେଷ୍ଟ ହାରିବା ପରେ ଦଳର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି । ଡାରୱିନରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୯ ୱିକେଟରେ ମାତ୍ ଦେଇଥିଲା । ପ୍ରଥମ ଥର ପାଇଁ କଙ୍ଗାରୁ ଟିମ୍ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ହାରିବା ପରେ ଦଳର ଖେଳାଳିଙ୍କ ଉପରେ ପ୍ରଶ୍ନ ଉଠୁଛି । ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆର ଅଡୁଆ ଏହିଠାରେ ସରିନାହିଁ । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ ବା ଆଇସିସି ଦ୍ୱାରା ବିପଦରେ ପଡିଛି ।
ସ୍ଲୋ ଓଭର ବୋଲିଂ ପାଇଁ ଯଦି ଅଷ୍ଟ୍ରେଲିଆ ଟିମ୍ ଦୋଷୀ ସାବ୍ୟସ୍ତ ହୁଏ ତେବେ ଖେଳାଳିଙ୍କ ମ୍ୟାଚ୍ ଫିସ୍ କଟିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି)ର ପଏଣ୍ଟ ବି ହରାଇପାରେ । ମାମଲା ଟେଷ୍ଟ ମ୍ୟାଚର ତୃତୀୟ ଦିନର । ଅଷ୍ଟ୍ରେଲିଆ ପୁରା ଦିନ ମାତ୍ର ୮୬ ଓଭର ବୋଲିଂ କରିଥିଲା । ସାଧାରଣତଃ ଗୋଟିଏ ଦିନ ୯୦ ଓଭର ବୋଲିଂ କରିବାକୁ ପଡିଥାଏ । ଆୟୋଜକ ଟିମ୍ ନିର୍ଦ୍ଧାରିତ ଓଭରରୁ ୪ ଓଭର କମ୍ ବୋଲିଂ କରିଥିଲା । ଚତୁର୍ଥ ଦିନ ମୁକାବିଲା ଟି-ବ୍ରେକ୍ରେ ସରିଥିଲା । ତୃତୀୟ ଦିନର ସ୍ଲୋ ଓଭର ରେଟ୍ ବୋଲିଂକୁ ଅଣଦେଖା କରାଯାଇପାରିବ ନାହିଁ । ମ୍ୟାଚ୍ ରେଫରୀ ପରିସ୍ଥିତି ଏବଂ ବିଳମ୍ବକୁ ନେଇ ଅନ୍ତିମ ନିଷ୍ପତ୍ତି ନେବେ । ଯଦି ନିଷ୍ପତି ଅଷ୍ଟ୍ରେଲିଆ ବିରୋଧରେ ଯାଏ ତେବେ, ଅଷ୍ଟ୍ରେଲିଆ ପ୍ଲେୟାରଙ୍କୁ ଆର୍ଥିକ ବୋଝ ଉଠାଇବାକୁ ପଡିପାରେ । ନିମୟ ଅନୁସାରେ ମୋଟା ଜରିମାନ ଗଣିପାରନ୍ତି ଖେଳାଳି । ମ୍ୟାଚ୍ ଫିର ୨୦ ପ୍ରତିଶତ କଟିପାରେ । ପୁରା ପ୍ଲେଇଂ ଏକାଦଶକୁ ପ୍ରାୟ ୪୪ ହଜାର ଡଲାର ଜରିମାନ ଗଣିବାକୁ ପଡିପାରେ ।
ସୌଜନ୍ୟ ପ୍ରମେୟ




