ଖେଳ

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି ଦେଖି କ୍ରିକେଟପ୍ରେମୀମାନେ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି। ସାଧାରଣତଃ ମ୍ୟାଚ ସମୟରେ କ୍ୟାମେରା ଡ୍ରେସିଂ ରୁମ ଆଡ଼କୁ ଯିବାବେଳେ ଖେଳାଳିମାନେ ବିଭିନ୍ନ ମଜାଦାର କାର୍ଯ୍ୟ କରୁଥିବା ନଜର ଆସନ୍ତି। କିନ୍ତୁ ଏଥର କ୍ୟାମେରା ଭାରତୀୟ ଦଳର ହେଡ କୋଚ ଗୌତମ ଗମ୍ଭୀରଙ୍କ ପାଖରେ ଥିବା ଏକ ହ୍‌ବାଇଟ୍‌ବୋର୍ଡ ଉପରେ ଫୋକସ କରିଦେଇଥିଲା।

ଭିଡିଓରେ ଗୌତମ ଗମ୍ଭୀରଙ୍କୁ ଦେଖିବା ସହ ତାଙ୍କ ପାଖରେ ରଖାଯାଇଥିବା ହ୍‌ବାଇଟ୍‌ବୋର୍ଡ ମଧ୍ୟ ନଜର ଆସିଥିଲା। ଏହି ବୋର୍ଡରେ ଭାରତୀୟ ଦଳର ରଣନୀତି ସମ୍ବନ୍ଧୀୟ କିଛି ତଥ୍ୟ ଲେଖା ଥିବା ଦେଖାଯାଇଥିଲା। ଏହା ପରେ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ହ୍‌ବାଇଟ୍‌ବୋର୍ଡରେ ଲେଖାଥିବା ସମସ୍ତ କଥା ସ୍ପଷ୍ଟ ଭାବେ ପଢ଼ିବା ସମ୍ଭବ ହେଉନାହିଁ। ତଥାପି କିଛି ଖେଳାଳିଙ୍କ ନାମ ଓ ସେମାନଙ୍କ ସ୍କୋର ଭଳି କିଛି ତଥ୍ୟ ଦେଖାଯାଉଛି।
ଖେଳାଳିଙ୍କ ନାମ ସଂକ୍ଷିପ୍ତ ରୂପରେ ଲେଖାଯାଇଥିବା ନଜର ଆସୁଛି। ଏହାସହ କେଉଁ ଖେଳାଳି କେତେ ରନ କରି ଆଉଟ ହୋଇଥିଲେ, ସେ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ବୋର୍ଡରେ ଲେଖା ଥିବା ଭଳି ଦେଖାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଦଳର ରଣନୀତି ଓ ଗମ୍ଭୀରଙ୍କ ଯୋଜନାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତେବେ ହ୍‌ବାଇଟ୍‌ବୋର୍ଡରେ ଥିବା ସମସ୍ତ ତଥ୍ୟ ସ୍ପଷ୍ଟ ନ ହେବାରୁ ଏହାର ପ୍ରକୃତ ଅର୍ଥ ନେଇ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button