ଖେଳ

Cricket: ୱେଲିଂଟନ୍‌ ଟେଷ୍ଟ୍‌: ଭାରତର ପ୍ରାରମ୍ଭିକ ଝଟକା ସତ୍ତ୍ବେ ନ୍ୟୁଜିଲାଣ୍ଡ ୨୪୩/୫

ସ୍ଥାନୀୟ ବେସିନ୍‌ ରିଜର୍ଭ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା।

ୱେଲିଂଟନ୍‌: ସ୍ଥାନୀୟ ବେସିନ୍‌ ରିଜର୍ଭ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା। ଭ୍ରମଣକାରୀ ଭାରତର ପ୍ରାରମ୍ଭିକ ଝଟକା ସତ୍ତ୍ବେ ନ୍ୟୁଜିଲାଣ୍ଡ ବାମହାତୀ ବ୍ୟାଟର୍‌ ହେନରି ନିକୋଲ୍ସ ଓ ଅଲ୍‌ରାଉଣ୍ଡର ଗ୍ଲେନ୍‌ ଫିଲିପ୍ସ ସ୍ଥିତି ସମ୍ଭାଳି ନେଇଛନ୍ତି। ୭୦ ରନ୍‌ରେ ୫ ୱିକେଟ୍‌ ହରାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଦିନର ଷ୍ଟମ୍ପସ ବେଳକୁ ଆଉ କୌଣସି ୱିକେଟ୍‌ ନହରାଇ ୨୪୩/୫ କରିଛି। ନିକୋଲ୍ସ (୧୧୩) ଓ ଫିଲିପ୍ସ (୯୪) ବ୍ୟାଟିଂ ଜାରି ରଖିଛନ୍ତି। ଭାରତର ସଫଳ ବୋଲର ଭାବେ ଯଶପ୍ରୀତ ବୁମ୍‌ରା ୩ ୱିକେଟ୍‌ ନେଇଛନ୍ତି।

୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା
ଘାସୁଆ ପିଚ୍‌ରେ ଶୁବମନ ଗିଲ୍‌ ଟସ୍‌ ଜିତି ଘରୋଇ ଦଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥି‌ଲେ। ପ୍ରଥମ ଓଭରରେ ଅଧିନାୟକ ଟମ୍‌ ଲାଥମ (୦)ଙ୍କୁ ଯଶପ୍ରୀତ ବୁମ୍‌ରା ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଡେଭନ କନୱେ (୪)ଙ୍କୁ ଅଂଶୁଲ କମ୍ବୋଜ ପ୍ୟାଭିଲିୟନ୍‌ ପଠାଇ ଦେବାରୁ ଘରୋଇ ଦଳ ୧୨/୨ରେ ସଂଘର୍ଷ କରିଥିଲା। ଏହାପରେ ରାଚିନ ରବୀନ୍ଦ୍ର (୧୫) ପିଚ୍‌ରେ ଟିକେ ତିଷ୍ଠି ଆସୁଥିବା ବେଳେ ଆକାଶ ଦୀପଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।
ଏହା ପର ଓଭରରେ ଡାରିଲ ମିଚେଲ (୧)ଙ୍କୁ ବୁମ୍‌ରା ନିଜର ଦ୍ବିତୀୟ ଶିକାର କରିବାରୁ ନ୍ୟୁଜିଲାଣ୍ଡ ୪ ୱିକେଟ୍‌ ହରାଇ ୫୨ ରନ୍‌ କରିଥିଲା। ଟମ୍‌ ବ୍ଲଣ୍ଡେଲ (୫) ମଧ୍ୟ ବେଶୀ ସମୟ ମଧ୍ୟ ତିଷ୍ଠି ପାରି ନଥିଲେ। ତାଙ୍କୁ ବୁମ୍‌ରା ଆଉଟ୍‌ କରିଥିଲେ। ମଧ୍ୟାହ୍ନ ପରେ କେବଳ ବ୍ଲଣ୍ଡେଲଙ୍କୁ ହରାଇବା ଥିବା ନ୍ୟୁଜିଲାଣ୍ଡକୁ ନିକୋଲ୍ସ ଓ ଫିଲିପ୍ସ ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୧୭୩ ରନ୍‌ ଯୋଡ଼ି ସଙ୍କଟରୁ ଉଧାର କରିଥିଲେ। ଦିନର ଶେଷବେଳକୁ ଭାରତକୁ ଫେରିବାର ସୁଯୋଗ ଥିଲା। ନିକୋଲ୍ସ ନିଜର ଦ୍ବାଦଶ ଶତକ ଅର୍ଜନ କରିବା ପରେ ପ୍ରସିଦ୍ଧ କୃଷ୍ଣଙ୍କ ବଲ୍‌ରେ ଆଉଟ୍‌ ହେବାର ସମ୍ଭାବନା ଥିଲା। ହେଲେ ଦେବଦତ୍ତ ପଡ଼ିକଲ ତାଙ୍କ କ୍ୟାଚ୍‌ ଛାଡ଼ିବା ଦଳକୁ ମହଙ୍ଗା ପଡ଼ିଛି।
ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୮୨ ଓଭରରେ ୨୪୩/୫ (ହେନରି ନିକୋଲ୍ସ ୧୧୩*, ଗ୍ଲେନ୍‌ ଫିଲିପ୍ସ ୯୪*, ଯଶପ୍ରୀତ ବୁମ୍‌ରା ୩/୫୨, ଆକାଶ ଦୀପ ୧/୩୩, ଅଂଶୁଲ କମ୍ବୋଜ ୧/୫୭)।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button