Dhoni’s retirement: ଧୋନିଙ୍କ ଅବସର ପଛର କାରଣ କହିଲେ ରାଇନା
ଆଇପିଏଲ୍ରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ତାଙ୍କର ପୂର୍ବତନ ଦଳୀୟ ସାଥୀ ସୁରେଶ ରାଇନା। ସେ କହିଛନ୍ତି ଯେ ଆଣ୍ଠୁ ଯନ୍ତ୍ରଣା ଲାଗିରହିବାରୁ ସେ ବାଧ୍ୟ ହୋଇ ଅବସର ନେଲେ।

ଚେନ୍ନାଇ: ଆଇପିଏଲ୍ରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ତାଙ୍କର ପୂର୍ବତନ ଦଳୀୟ ସାଥୀ ସୁରେଶ ରାଇନା। ସେ କହିଛନ୍ତି ଯେ ଆଣ୍ଠୁ ଯନ୍ତ୍ରଣା ଲାଗିରହିବାରୁ ସେ ବାଧ୍ୟ ହୋଇ ଅବସର ନେଲେ। ଇମ୍ପାକ୍ଟ ଖେଳାଳି ଭାବେ ଖେଳିବାକୁ ତାଙ୍କ ନିକଟରେ ସୁଯୋଗ ଥିଲା, କିନ୍ତୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହା ଖେଳ ପ୍ରତି ତାଙ୍କର ନିଷ୍ଠାକୁ ଦର୍ଶାଉଛି।
ରାଇନା କହିଛନ୍ତି ଯେ ଧୋନିଙ୍କ ଉଭୟ ଆଣ୍ଠୁରେ ଏବେ ବି ସମସ୍ୟା ରହିଛି। ସେ ଫିଟ୍ ହେବାକୁ ଚେଷ୍ଟା କରିଥିଲେ ବି ହୋଇପାରି ନଥିଲେ। ସେ ଯେତିକି ମ୍ୟାଚ୍ ଖେଳିଛନ୍ତି ଓ ୱିକେଟ୍ରକ୍ଷଣ କରିଛନ୍ତି, ତାହାର ପ୍ରଭାବ ତାଙ୍କ ଆଣ୍ଠୁ ଉପରେ ପଡ଼ିଛି। ଶେଷ ସମୟ ପର୍ଯ୍ୟନ୍ତ ଆଣ୍ଠୁ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲେ। ଧୋନିଙ୍କୁ ଆଇପିଏଲ୍ର ସବୁଠାରୁ ବଡ଼ ବ୍ରାଣ୍ଡ ବୋଲି ବର୍ଣ୍ଣନା କରି ରାଇନା କହିଛନ୍ତି ଯେ ଚେନ୍ନାଇ ସୁପରକିଙ୍ଗସ୍ର ସଫଳତା ପଛରେ ତାଙ୍କର ବଡ଼ ହାତ ରହିଛି। ତାଙ୍କ ଯୋଗୁଁ ହିଁ ସିଏସ୍କେ ତିଷ୍ଠି ରହିଛି।
ସୌଜନ୍ୟ ସମ୍ବାଦ




