ଜିଲ୍ଲା

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି । ଅନଶନ ଆରମ୍ଭ ପୂର୍ବରୁ କର୍ମୀ ଏବଂ ସହାୟିକାମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅନଶନ ଆରମ୍ଭ କରିଛନ୍ତି ।

ସିଡିପିଓଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ କିମ୍ବା ବଦଳି ନ ହେବା ଯାଏ ଅନଶନ ଏଵଂ ଅନ୍ୟାନ୍ୟ ଦାବି ନେଇ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କର ଦାବି ପୂରଣ ନ ହେବାରୁ ଅନଶନ ଆରମ୍ଭ କରିଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button