ଦେଶ ବିଦେଶ

Nepal floods: ନେପାଳ ବନ୍ୟାକୁ ନେଇ ମିଥ୍ୟା ଭିଡିଓର ବନ୍ୟା, ୪ ଦିନରେ ୭୨ ଜଣଙ୍କୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ନେପାଳରେ ସମ୍ପ୍ରତି ଆସିଥିବା ଭୟଙ୍କର ବନ୍ୟା ପରେ ସୋସିଆଲ୍‌ ମିଡିଆରେ ମିଥ୍ୟା ଭିଡିଓ ଓ ଭୁଲ୍ ସୂଚନା ବ୍ୟାପକ ଭାବେ ପ୍ରସାରିତ ହେଉଛି। ଏହାକୁ ନେଇ ନେପାଳ ପ୍ରେସ୍‌ କାଉନ୍‌ସିଲ୍‌ ଗତ ୪ ଦିନ ମଧ୍ୟରେ ୭୨ ଜଣ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।

କାଠମାଣ୍ଡୁ: ନେପାଳରେ ସମ୍ପ୍ରତି ଆସିଥିବା ଭୟଙ୍କର ବନ୍ୟା ପରେ ସୋସିଆଲ୍‌ ମିଡିଆରେ ମିଥ୍ୟା ଭିଡିଓ ଓ ଭୁଲ୍ ସୂଚନା ବ୍ୟାପକ ଭାବେ ପ୍ରସାରିତ ହେଉଛି। ଏହାକୁ ନେଇ ନେପାଳ ପ୍ରେସ୍‌ କାଉନ୍‌ସିଲ୍‌ ଗତ ୪ ଦିନ ମଧ୍ୟରେ ୭୨ ଜଣ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ବିଷୟବସ୍ତୁର ଅଧିକାଂଶ ବ୍ୟକ୍ତିଗତ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ‘ଦ କାଠମାଣ୍ଡୁ ପୋଷ୍ଟ’ ରିପୋର୍ଟରେ କୁହାଯାଇଛି।

ବନ୍ୟାରେ ନିଖୋଜ ଲୋକଙ୍କୁ ପରିବାର ଖୋଜୁଥିବା ବେଳେ ଏଭଳି ମିଥ୍ୟା ଖବର ପ୍ରସାରଣ ଉଦ୍ଧାର ଓ ସୂଚନା ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଜଟିଳ କରିଛି। ଅଧିକ ଦର୍ଶକ ଓ ଭାଇରାଲ୍‌ ହେବା ପାଇଁ କିଛି ସୋସିଆଲ୍‌ ମିଡିଆ ପୃଷ୍ଠା ବନ୍ୟା ସମ୍ପର୍କିତ ଭିଡିଓକୁ ଭୁଲ୍‌ ଦାବି ସହ ପ୍ରସାରିତ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାର ଏକ ଉଦାହରଣ ହେଉଛି ଅଗଷ୍ଟ ୨୯ ତାରିଖ ଶନିବାର ସକାଳ ୭ଟା ୨୬ରେ ଡୁଧାଉଲି ଏଫ୍‌ଏମ୍‌ ନାମକ ଏକ ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ ହୋଇଥିବା ୨୦ ସେକେଣ୍ଡର ଏକ ଭିଡିଓ।

ଏଥିରେ ନେପାଳର ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ବନ୍ୟା ପ୍ରଭାବିତ ଅଞ୍ଚଳର ଏକ ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଦାବି କରାଯାଇଥିଲା। ଭିଡିଓଟି ଫେସ୍‌ବୁକ୍‌, ଟିକ୍‌ଟକ୍‌ ଓ ଏକ୍ସରେ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା। ପରେ ଏହାର କ୍ୟାପ୍‌ସନ୍‌ ବଦଳାଯାଇଥିଲା। ତଥ୍ୟ ଯାଞ୍ଚକାରୀମାନେ ଭିଡିଓଟି ନେପାଳର ନୁହେଁ ବୋଲି ଜଣାଇଥିଲେ। ପ୍ରକୃତରେ ଏହା ଭାରତର ଉତ୍ତରାଖଣ୍ଡରେ ହୋଇଥିବା ଏକ ସୁଡ଼ଙ୍ଗ ଉଦ୍ଧାର ଅଭିଯାନର ଦୃଶ୍ୟ। ଉଦ୍ଧାରକାରୀଙ୍କ ପୋଷାକ ଓ ପରିବେଶକୁ ମେଳାଇ ଏହା ଚିହ୍ନଟ କରାଯାଇଥିଲା। ମୂଳ ଭିଡିଓଟି ଅଗଷ୍ଟ ୧୪ରେ ଫାୟାର୍‌ ସର୍ଭିସ୍‌ ଉତ୍ତରାଖଣ୍ଡ ପୁଲିସର ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button