ଦେଶ ବିଦେଶ

BRICS Summit: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୧ରେ ଦିଲ୍ଲୀର ସବୁ ସ୍କୁଲ୍‌ ବନ୍ଦ

ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେପ୍ଟେମ୍ବର ୧୧ ତାରିଖରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମାରେ ଶନିବାର ଏହି ଛୁଟି ଘୋଷଣା...

ନୂଆଦିଲ୍ଲୀ: ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେପ୍ଟେମ୍ବର ୧୧ ତାରିଖରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମାରେ ଶନିବାର ଏହି ଛୁଟି ଘୋଷଣା କରାଯାଇଛି।

ସ୍କୁଲ୍‌ ସହ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ମଧ୍ୟ ସେପ୍ଟେମ୍ବର ୧୧ରେ ବନ୍ଦ ରହିବ। ବ୍ରିକ୍ସ ଶିଖର ସମ୍ମିଳନୀର ଠିକ୍‌ ପୂର୍ବଦିନ ଏହି ଛୁଟି ଘୋଷଣା କରାଯାଇଛି। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ଓ ଯାତାୟାତ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

ବିଦେଶୀ ପ୍ରତିନିଧି ଓ ଅତିଥିମାନଙ୍କ ଗାଡ଼ି ଚଳାଚଳ ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଯାତାୟାତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସ୍କୁଲ୍‌ ଓ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟଗୁଡ଼ିକୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧୧ ଶୁକ୍ରବାର ପଡ଼ୁଥିବାରୁ ଏହା ପରେ ଦୁଇଦିନ ସପ୍ତାହାନ୍ତ ଛୁଟି ମଧ୍ୟ ରହିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button