Kailash Mansarovar Yatra: କୈଳାସ ଯାତ୍ରା ବନ୍ଦ କରିଥିଲା ଚୀନ୍, ପୁଣି କେମିତି ଖୋଲିଲା ପବିତ୍ର ପଥ?
ପ୍ରଭୁ ଶିବଙ୍କ ନିବାସସ୍ଥଳୀ... କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର... କୈଳାସ ମାନସରୋବର। କିନ୍ତୁ ନେପାଳର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପୁଣିଥରେ ଦେଖାଇଦେଇଛି ଏହି ଯାତ୍ରାର କଠିନ ଓ ବିପଦପୂର୍ଣ୍ଣ ଚିତ୍ର। ଶିବ ଦର୍ଶନର ଆଶା ନେଇ ଘରୁ ବାହାରିଥିବା ଅନେକ ଭକ୍ତ ପ୍ରଳୟଙ୍କାରୀ ବନ୍ୟାର ଶିକାର ହୋଇଛନ୍ତି। କେହି ନିଖୋଜ, ତ ଆଉ କେହି ଚିରଦିନ ପାଇଁ ହରାଇଛନ୍ତି ଜୀବନ। ତଥାପି ଭକ୍ତଙ୍କ ଯାତ୍ରା ଜାରି ରହିଛି।

ନୂଆଦିଲ୍ଲୀ: ପ୍ରଭୁ ଶିବଙ୍କ ନିବାସସ୍ଥଳୀ… କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର… କୈଳାସ ମାନସରୋବର। କିନ୍ତୁ ନେପାଳର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପୁଣିଥରେ ଦେଖାଇଦେଇଛି ଏହି ଯାତ୍ରାର କଠିନ ଓ ବିପଦପୂର୍ଣ୍ଣ ଚିତ୍ର। ଶିବ ଦର୍ଶନର ଆଶା ନେଇ ଘରୁ ବାହାରିଥିବା ଅନେକ ଭକ୍ତ ପ୍ରଳୟଙ୍କାରୀ ବନ୍ୟାର ଶିକାର ହୋଇଛନ୍ତି। କେହି ନିଖୋଜ, ତ ଆଉ କେହି ଚିରଦିନ ପାଇଁ ହରାଇଛନ୍ତି ଜୀବନ। ତଥାପି ଭକ୍ତଙ୍କ ଯାତ୍ରା ଜାରି ରହିଛି। କିନ୍ତୁ ଏକ ସମୟ ଏମିତି ଆସିଥିଲା, ଯେତେବେଳେ ଭାରତୀୟଙ୍କ ପାଇଁ ଏହି ପବିତ୍ର ଧାମର ଦ୍ୱାର ପୂରାପୂରି ବନ୍ଦ ହୋଇଯାଇଥିଲା। ପ୍ରାୟ ତିନି ଦଶନ୍ଧି ଧରି ଶିବଭକ୍ତମାନେ କେବଳ ସ୍ୱପ୍ନରେ କୈଳାସ ଦର୍ଶନ କରୁଥିଲେ। ହେଲେ ଜଣେ ଭାରତୀୟ ନେତାଙ୍କ ଉଦ୍ୟମ ଓ କୂଟନୀତିକ ପଦକ୍ଷେପ ପୁଣିଥରେ ଖୋଲିଦେଇଥିଲା ଏହି ପବିତ୍ର ପଥ। ସେ ନେତା ହେଲେ ସୁବ୍ରମଣ୍ୟମ ସ୍ୱାମୀ। ତେବେ କେମିତି ଚୀନ୍କୁ ରାଜି କରିଥିଲେ ସେ? କାହିଁକି ବନ୍ଦ ହୋଇଥିଲା କୈଳାସ ଯାତ୍ରା? ଆସନ୍ତୁ ଜାଣିବା ଏହି ରୋଚକ ଓ ଐତିହାସିକ କାହାଣୀ।
ସୌଜନ୍ୟ ସମ୍ବାଦ




