ରାଜ୍ୟ

Odisha Vision 2047 ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳ କାର୍ଯ୍ୟାନ୍ବୟନ ସମୀକ୍ଷା

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳର କାର୍ଯ୍ୟାନ୍ବୟନ ସମୀକ୍ଷା। ଭିତ୍ତିଭୂମି, ନିବେଶ, ନିଯୁକ୍ତି ଓ ସମନ୍ୱିତ ଆଞ୍ଚଳିକ ବିକାଶ ଉପରେ ଗୁରୁତ୍ୱ।

 ଭୁବନେଶ୍ୱର:  ଭୁବନେଶ୍ୱର-କଟକପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ( ବିକେପିପିଇଆର) ପ୍ରକଳ୍ପ ସଂପର୍କିତ  ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଊଷା ପାଢ଼ୀ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ  ଏବଂ ସଂପୃକ୍ତ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ  ଉପସ୍ଥିତ ଥିଲେ।

ମୁଖ୍ୟ ଶାସନ ସଚିବ ନିଜ ବକ୍ତବ୍ୟରେ, ବିକେପିପିଇଆର୍ ପ୍ରକଳ୍ପର ଗୁରୁତ୍ୱ ଦର୍ଶାଇ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏହା ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ଭାବେ ଭିଜନ୍ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ପୂରଣରେ  ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ବୋଲି ପ୍ରକାଶ କରିଥିଲେ । ଏକ ସମନ୍ୱିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣରେ ଅଞ୍ଚଳର ଭିତ୍ତିଭୂମି, ନିବେଶ, ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଦୃଢ ଆଶା ବ୍ୟକ୍ତ କରି ସେ ଏହାର କାର୍ଯ୍ୟାନ୍ୱୟନରେ ସମସ୍ତ ବିଭାଗର ସମନ୍ୱିତ ଓ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button