ରାଜ୍ୟ
State Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ୯ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୦୭/୦୯: ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଭିନ୍ନ ବିଭାଗ ପ୍ରସ୍ତାବ ଉପରେ ହେବ ଆଲୋଚନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଚର୍ ହେବ। ବିଭିନ୍ନ ବିଭାଗ ସଚିବ ଓ ମନ୍ତ୍ରୀ ଉପସ୍ଥିତ ରହିବେ।
ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉକ୍ତ ବୈଠକରେ ବିଭିନ୍ନ ବିଭାଗର ୯ରୁ ଅଧିକ ପ୍ରସ୍ତାବ ଅନୁମୋଦନ ପାଇଁ ଉପସ୍ଥାପିତ ହେବ। ପୂର୍ତ୍ତ, ରାଜସ୍ବ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଏଗୁଡ଼ିକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।
ସୌଜନ୍ୟ ପ୍ରମେୟ




