ରାଜ୍ୟ

Transformer Coil Theft: ଟ୍ରାନ୍ସଫର୍ମର କଏଲ୍ ଚୋରି ମାମଲାରେ ୮ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

କରଞ୍ଜିଆ, ୦୭/୦୯: ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। TPNODLର ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ଅଭିଯୋଗରେ ପୁଲିସ ଏକ ଗ୍ୟାଙ୍ଗ୍‌ର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ, ଏହି ଚୋରି ଗ୍ୟାଙ୍ଗ୍ ବହଳଦା, କରଞ୍ଜିଆ ଓ ଯଶିପୁର ଥାନା ଅଞ୍ଚଳରେ ସକ୍ରିୟ ରହି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଟାର୍ଗେଟ୍ କରୁଥିଲା। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଯନ୍ତ୍ରପାତି ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୨୧୦ କେଜି କଷ୍ଟମର ତାର, ୧୨୦ କେଜି ତମ୍ବା ତାର, ଗୋଟିଏ କଟର ମେସିନ୍, ୩ଟି ମୋଟରସାଇକେଲ୍ ଓ ୧୦ଟି ମୋବାଇଲ୍ ଫୋନ୍ ରହିଛି।

ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ବେଳେ ଚୋରି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟ ଏବଂ ଏହି ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି। ରାଇରଙ୍ଗପୁର ଏସ୍ପି ଏକ ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ମାମଲାର ଅଧିକ ତଦନ୍ତ ଜାରି ରହିଛି। ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button