ଦେଶ ବିଦେଶ

Cement Bags: ସିମେଣ୍ଟ ବସ୍ତା ୫୦ କିଲୋ ହିଁ କାହିଁକି? ଜାଣନ୍ତୁ ଏହା ପଛର ରୋଚକ ରହସ୍ୟ!

ଘର ତିଆରି ହେଉ କି ବିଲ୍ଡିଂ... ସିମେଣ୍ଟ କିଣିବାକୁ ଗଲେ ୫୦ କିଲୋର ବସ୍ତା ହିଁ କାହିଁକି ମିଳେ? କେବେ ଭାବିଛନ୍ତି କି... ୨୦ କିଲୋ ନୁହେଁ, ୪୦ କିଲୋ ନୁହେଁ, ୧୦୦ କିଲୋ ବି ନୁହେଁ ୫୦ କିଲୋ ହିଁ କାହିଁକି? ଏହା ପଛରେ କଣ ରହିଛି କୌଣସି ସରକାରୀ ନିୟମ? ନା ରହିଛି ଶ୍ରମିକଙ୍କ ଶ୍ରମ, ପରିବହନ ଖର୍ଚ୍ଚ ଓ ବ୍ୟବସାୟିକ ହିସାବର ବଡ଼ ଖେଳ?

ନୂଆଦିଲ୍ଲୀ:  ଘର ତିଆରି ହେଉ କି ବିଲ୍ଡିଂ… ସିମେଣ୍ଟ କିଣିବାକୁ ଗଲେ ୫୦ କିଲୋର ବସ୍ତା ହିଁ କାହିଁକି ମିଳେ? କେବେ ଭାବିଛନ୍ତି କି… ୨୦ କିଲୋ ନୁହେଁ, ୪୦ କିଲୋ ନୁହେଁ, ୧୦୦ କିଲୋ ବି ନୁହେଁ ୫୦ କିଲୋ ହିଁ କାହିଁକି?  ଏହା ପଛରେ କଣ ରହିଛି କୌଣସି ସରକାରୀ ନିୟମ? ନା ରହିଛି ଶ୍ରମିକଙ୍କ ଶ୍ରମ, ପରିବହନ ଖର୍ଚ୍ଚ ଓ ବ୍ୟବସାୟିକ ହିସାବର ବଡ଼ ଖେଳ? ଆଉ ଯେଉଁଠି ହଜାର ହଜାର ବସ୍ତା ସିମେଣ୍ଟ ଦରକାର ହୁଏ, ସେଠାରେ କେମିତି ବସ୍ତା ବିନା ସିଧାସଳଖ ପହଞ୍ଚେ ହଜାର ହଜାର ଟନ୍ ସିମେଣ୍ଟ? ଆଜି ଜାଣିବା… ସିମେଣ୍ଟ ବସ୍ତାର ୫୦ କିଲୋ ପଛର ସମ୍ପୂର୍ଣ୍ଣ କାହାଣୀ। ସିମେଣ୍ଟ ବସ୍ତାର ଓଜନ ୫୦ କିଲୋ ହେବା ପଛରେ ରହିଛି ଏକାଧିକ କାରଣ। ପ୍ରଥମ କାରଣ ପ୍ୟାକେଜିଂ ଓ ପରିବହନ। ୫୦ କିଲୋର ବସ୍ତା ହେଲେ କମ୍ ବସ୍ତାରେ ଅଧିକ ସିମେଣ୍ଟ ପଠାଇ ହୁଏ। ଅର୍ଥାତ୍ ପ୍ୟାକିଂ ମ୍ୟାଟେରିଆଲ୍, ଗୋଦାମ ଓ ପରିବହନ ଖର୍ଚ୍ଚକୁ ମଧ୍ୟ ନିୟନ୍ତ୍ରଣ କରିହୁଏ।ଦ୍ୱିତୀୟ କାରଣ ହେଉଛି ଶ୍ରମିକଙ୍କ ସୁବିଧା। ନିର୍ମାଣ ସ୍ଥଳରେ ସିମେଣ୍ଟ ବସ୍ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିବାକୁ ପଡ଼େ। ୧୦୦ କିଲୋର ବସ୍ତା ହେଲେ ଏହା ଅତ୍ୟଧିକ ଭାରୀ ହୋଇଯିବ। ତେଣୁ ୫୦ କିଲୋର ପ୍ୟାକିଂ ବ୍ୟବହାରିକ ଭାବେ ସୁବିଧାଜନକ ହୋଇଆସିଛି।

ଆଉ ୫୦ କିଲୋର ବସ୍ତା ହେଲେ ହିସାବ କରିବା ବି ସହଜ। ୨୦ଟି ବସ୍ତା ଅର୍ଥାତ୍ ୧,୦୦୦ କିଲୋ, ଅର୍ଥାତ୍ ୧ ଟନ୍। ଏହା ଯୋଗୁଁ ଠିକାଦାର, ବ୍ୟବସାୟୀ ଓ ବଡ଼ ନିର୍ମାଣ କମ୍ପାନୀ ପାଇଁ ଷ୍ଟକ୍ ମ୍ୟାନେଜମେଣ୍ଟ ମଧ୍ୟ ସହଜ ହୋଇଥାଏ। ତେବେ ଏଠାରେ ଆଉ ଏକ ବଡ଼ ପ୍ରଶ୍ନ, ୫୦ କିଲୋ କଣ କୌଣସି ଆନ୍ତର୍ଜାତୀୟ ନିୟମ? ନା। ସାରା ବିଶ୍ୱରେ ସିମେଣ୍ଟ ବସ୍ତାର ଓଜନ ଏକାଭଳି ନୁହେଁ। ଭିନ୍ନ ଦେଶରେ ଭିନ୍ନ ପ୍ୟାକିଂ ଦେଖିବାକୁ ମିଳେ। ଭାରତରେ ୫୦ କିଲୋ ପ୍ୟାକିଂ ଦୀର୍ଘଦିନ ଧରି ଚାଲିଆସିଥିବା ଏକ ପ୍ରଚଳିତ ମାନକ। ବଡ଼ ବଡ଼ ପ୍ରୋଜେକ୍ଟରେ ଯେଉଁଠି ହଜାର ହଜାର ଟନ୍ ସିମେଣ୍ଟ ଦରକାର ହୁଏ, ସେଠାରେ ଏତେ ବସ୍ତା କିଏ ବୋହିବ?   ନିଶ୍ଚିତ ଏହା ଆପଣଙ୍କ ମନରେ  ପ୍ରଶ୍ନ  ଆସୁଥିବ ।

ତେବେ ସେଥିପାଇଁ ବ୍ୟବହାର ହୁଏ ବଲ୍କ ସିମେଣ୍ଟ। ସ୍ୱତନ୍ତ୍ର ସିମେଣ୍ଟ ଟ୍ୟାଙ୍କର ଯୋଗେ ସିମେଣ୍ଟ ସିଧାସଳଖ ପ୍ରୋଜେକ୍ଟ ସାଇଟ୍‌କୁ ଯାଏ। ପରେ ପମ୍ପ ଓ ପାଇପ୍‌ ମାଧ୍ୟମରେ ଏହାକୁ ବଡ଼ ଷ୍ଟୋରେଜ୍ ସିଲୋରେ ରଖାଯାଏ। ଏଥିରେ ବସ୍ତାର ଖର୍ଚ୍ଚ କମେ, ଶ୍ରମ କମେ ଏବଂ ସମୟ ବି ବଞ୍ଚେ।   ତେଣୁ, ସିମେଣ୍ଟ ବସ୍ତାର ୫୦ କିଲୋ ଓଜନ ପଛରେ ଗୋଟିଏ ମାତ୍ର କାରଣ ନୁହେଁ। ପରିବହନ, ପ୍ୟାକେଜିଂ, ଶ୍ରମିକଙ୍କ ସୁବିଧା ଓ ହିସାବ ସବୁକୁ ମିଶାଇ ଏହି ପ୍ୟାକିଂ ଏତେ ପ୍ରଚଳିତ ହୋଇଛି। ଅର୍ଥାତ୍ ଆପଣଙ୍କ ଘର ତିଆରିରେ ଯେଉଁ ୫୦ କିଲୋର ସିମେଣ୍ଟ ବସ୍ତା ଆସୁଛି, ତା’ ପଛରେ ରହିଛି ଏମିତି ଏକ ରୋଚକ ବ୍ୟବସାୟିକ କାହାଣୀ!

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button