ଖେଳ

National Skating: ଜାତୀୟ ସ୍କେଟିଂ: ଓଡ଼ିଶାର ୩ ଜଣଙ୍କୁ ପଦକ

କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଇନ୍‌ଲାଇନ୍‌ ଓପନ୍‌ ଜାତୀୟ ମାନ୍ୟତାପ୍ରାପ୍ତ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଇନ୍‌ଲାଇନ୍‌ ଓପନ୍‌ ଜାତୀୟ ମାନ୍ୟତାପ୍ରାପ୍ତ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଅନ୍ତର୍ଜାତୀୟ ପଦକ ବିଜୟିନୀ ଅନାହିତା ମିଶ୍ର ସ୍ପିଡ୍‌ ସ୍ଲାଲୋମ୍‌ର ୧୫ରୁ ୧୮ ବର୍ଷ ବୟସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବା ସହ ଆସନ୍ତା ମାସରେ ପାରାଗୁଏରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ସ୍କେଟ୍‌ ଗେମ୍ସ ପାଇଁ ଭାରତର ପ୍ରତିନିଧିତ୍ବ ପାଇଁ ମନୋନୀତ ହୋଇଛନ୍ତି। ଦେଶର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ସ୍କେଟର୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ନିଜର ଶ୍ରେଷ୍ଠ ସମୟ ଦେଇଥିଲେ। ଅନ୍ୟ ଦୁଇ ଓଡ଼ିଶା ସ୍କେଟର୍‌ ବିଭାଂଶୀ ପାଣିଗ୍ରାହୀ ଓ ମାଏରା‌ ମୋରେ ୧୨ରୁ ୧୫ ବର୍ଷ ବୟସ ବର୍ଗର ପେୟାର ସ୍ଲାଲୋମ ଶ୍ରେଣୀରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ଜାତୀୟ ସ୍କେଟିଂ ଦୃଶ୍ୟପଟ୍ଟାରେ କ୍ରମେ ଓଡ଼ିଶାର ଉପସ୍ଥିତି ଜାହିର ହେବାରେ ଲାଗିଛି।

ଓଡ଼ିଶାରେ ରୋଲର୍ ସ୍ପୋର୍ଟସ୍ ବିକାଶ ପାଇଁ ପ୍ରୟାସ
ଓଡ଼ିଶାରେ ରୋଲର୍ ସ୍ପୋର୍ଟସ୍‌ର ବିକାଶ ଓ ବିସ୍ତାର ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ରାଜ୍ୟରେ ରୋଲର୍ ସ୍ପୋର୍ଟସ୍‌କୁ ଏକ ଦୃଢ଼ ଓ ସ୍ଥାୟୀ କ୍ରୀଡ଼ା ପରିବେଶ ଦେବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ସ୍ପିଡ୍ ସ୍କେଟିଂ, ଆର୍ଟିଷ୍ଟିକ୍ ସ୍କେଟିଂ, ଇନ୍‌ଲାଇନ୍ ଫ୍ରିଷ୍ଟାଇଲ୍, ରୋଲର୍ ହକି ଓ ସ୍କେଟ୍‌ବୋର୍ଡିଂ ଭଳି ବିଭିନ୍ନ ବିଭାଗର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟ ଓ ଜିଲ୍ଲାସ୍ତରରେ ରୋଲର୍ କ୍ରୀଡ଼ାର ପ୍ରସାର ସହ ତାଲିମ କ୍ଲିନିକ୍ ଆୟୋଜନ ପାଇଁ ଯୋଜନା କରାଯାଇଛି। ଏଥିସହ ଅନ୍ତର୍ଜାତୀୟ ମାନର ସିନ୍ଥେଟିକ୍ ବ୍ୟାଙ୍କଡ୍ ଟ୍ରାକ୍ ଓ ସ୍ୱତନ୍ତ୍ର ତାଲିମ୍ କେନ୍ଦ୍ର ବିକାଶ ସମ୍ପର୍କରେ ଓଡ଼ିଶା ସ୍କେଟିଂ ସଂଘ (ଏସ୍‌ଓଏ) ଓ ଭାରତୀୟ ରୋଲର୍ ସ୍କେଟିଂ ମହାସଂଘ (ଆର୍‌ଏସ୍‌ଏଫ୍ଆଇ) ସୂଚନା ପ୍ରଦାନ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button