ମହାନଗର
Police: ନଦୀପଠା ଖୋଳିଖୋଳି ପୁଲିସ ହାଲିଆ: ମୃତଦେହ ଜାଗାରେ ମିଳିଲା ଡଜନେ କଇଁଛ ଅଣ୍ଡା, ସୂଚନାଦାତା ଉଭାନ
ଥାନାକୁ ଖବର ମିଳିଲା ଯେ କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କୁ ହତ୍ୟାକରି ମୃତଦେହକୁ ପୋତି ଦିଆଯାଇଛି। ଥାନାର ପୁଲିସ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଛୁଟିଗଲେ ଏବଂ ନଦୀପଠାରେ ସବୁ ସମ୍ଭାବ୍ୟ ସ୍ଥାନ ଖୋଳିଖୋଳି ମୃତଦେହ ଖୋଜିଲେ।

ବାଲିଅନ୍ତା ବଜାର: ଥାନାକୁ ଖବର ମିଳିଲା ଯେ କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କୁ ହତ୍ୟାକରି ମୃତଦେହକୁ ପୋତି ଦିଆଯାଇଛି। ଥାନାର ପୁଲିସ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଛୁଟିଗଲେ ଏବଂ ନଦୀପଠାରେ ସବୁ ସମ୍ଭାବ୍ୟ ସ୍ଥାନ ଖୋଳିଖୋଳି ମୃତଦେହ ଖୋଜିଲେ। ପ୍ରାୟ ଘଣ୍ଟାଏ କାଳ କସରତ କଲା ପରେ ବି ପୁଲିସକୁ ମୃତଦେହ ମିଳିଲା ନାହିଁ। ଶେଷରେ ଗୋଟିଏ ଜାଗାରୁ ବାଲି ତଳୁ ମିଳିଲା ଡଜନେ କଇଁଛ ଅଣ୍ଡା। ଏମିତି ଏକ ଗୁଜବକୁ ନେଇ ଆଜି ପାହାଳ ଥାନା ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବଡ଼କଥା ହେଉଛି ଏହି ଗୁଜବ ସୃଷ୍ଟି କରିଥିବା ସୂଚନାଦାତା ଉଭାନ ହୋଇଯାଇଛି। ନଦୀପଠାରେ ମୃତଦେହ ଖୋଜିଖୋଜି ହାଲିଆ ହୋଇପଡ଼ିଥିବା ପୁଲିସ ଏବେ ମିଛ ସୂଚନାଦାତା ପଛରେ ପଡ଼ିଛି।
ସୌଜନ୍ୟ ସମ୍ବାଦ




