ରାଜ୍ୟ

Dadabati : ଆକ୍ସନ ମୋଡରେ ଗଞ୍ଜାମ ପାଟପୁର ପୋଲିସ୍, ଦାଦାବଟି ଆଦାୟ କରି ୨ ଗିରଫ

ଗଞ୍ଜାମ,୮ \୯ : ଦାଦାବଟି ଆଦାୟ ପଡ଼ିଲା ମହଙ୍ଗା । ବନ୍ଧା ହେଲେ ୨ ଅଭିଯୁକ୍ତ । ସୂଚନା ଅନୁସାରେ ,ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମରାଣନ୍ତକ ଆକ୍ରମଣ ଓ ଟଙ୍କା ଛଡ଼ାଇ ନେବା ଅଭିଯୋଗ ହୋଇଛି । ଖବର ଜାଣିବା ପରେ ତୁରନ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କଙ୍କୋରଡ଼ା ଗାଁର ରାମଚନ୍ଦ୍ର ସେଠୀ ଓ କୃଷ୍ଣଚନ୍ଦ୍ର ପ୍ରଧାନ ।

ହିରୋଜ ସେଠୀ ନାମକ ଜଣେ ଯୁବକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଉଭୟ ଅଭିଯୁକ୍ତ ତାଙ୍କୁ ଅଟକାଇ ଦାଦାବଟି ମାଗିଥିଲେ ।ଯୁବକ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିଲେ ।  ଏନେଇ ହିରୋଜ ପାଟପୁର ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପାଟପୁର ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button