ମନୋରଞ୍ଜନ

Nora Fatehi Defamation Case: ନୋରାଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା, ବିମାନକୁ ‘ଖେଳନା’ କହି ଫସିଲେ

ନୂଆଦିଲ୍ଲୀ, ୦୮/୦୯: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛି ବିମାନ ଚଳାଚଳ କମ୍ପାନୀ ଡ୍ୟୁନ୍ସ ଆଭିଏସନ୍। ସୋସିଆଲ ମିଡିଆରେ ନୋରାଙ୍କ ଦ୍ୱାରା କରାଯାଇଥିବା କଥିତ ଅପମାନଜନକ ଓ ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁଁ କମ୍ପାନୀର ପ୍ରତିଷ୍ଠା ଓ ବ୍ୟବସାୟିକ ସ୍ୱାର୍ଥକୁ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ କରିଛି କମ୍ପାନୀ। ମାମଲାଟି ଗାନ୍ଧୀନଗର କୋର୍ଟରେ ଦାୟର ହୋଇଛି। ବରିଷ୍ଠ ସିଭିଲ୍ ଜଜ୍ ଆର୍. ଅଗ୍ରୱାଲଙ୍କ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୫ରେ କରିବେ।

ବିମାନକୁ ‘ଲେଗୋ’ ଓ ‘ଖେଳନା’ କହିଥିବା ଅଭିଯୋଗ

ଡ୍ୟୁନ୍ସ ଆଭିଏସନ୍ର ମାମଲା ଅନୁଯାୟୀ, ଗତ ଡିସେମ୍ବରରେ ମୁମ୍ବାଇରୁ ଜୟପୁର ଯାତ୍ରା ସମୟରେ ନୋରା ଫତେହି କମ୍ପାନୀର ଏକ Cessna Citation CJ2 ବିମାନ ଭିତରେ ଭିଡିଓ ରେକର୍ଡ କରିଥିଲେ। ପରେ ସେହି ଭିଡିଓଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। କମ୍ପାନୀର ଦାବି ଅନୁସାରେ, ନୋରା ଭିଡିଓରେ ବିମାନଟିକୁ ‘ଛୋଟ’, ‘ଖେଳନା’ ଏବଂ ‘ଲେଗୋ ବିମାନ’ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟକୁ କମ୍ପାନୀ ଅପମାନଜନକ ଓ ଅସାବଧାନତାପୂର୍ଣ୍ଣ ବୋଲି ଦର୍ଶାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button