ରାଜ୍ୟ

Dara Singh’s: ଦାରା ସିଂହଙ୍କ ଦଣ୍ଡ ହ୍ରାସ ମାମଲା: ଓଡ଼ିଶା ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍‌ସ ହତ୍ୟାକାଣ୍ଡରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ରିମିସନ୍ (ଦଣ୍ଡ ହ୍ରାସ) ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ।

କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍‌ସ ହତ୍ୟାକାଣ୍ଡରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ରିମିସନ୍ (ଦଣ୍ଡ ହ୍ରାସ) ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ। ୧୦ ଦିନ ମଧ୍ୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ନିଷ୍ପତ୍ତି ନ ନେଲେ ସମ୍ପୃକ୍ତ ଅଧିକାରୀଙ୍କୁ ତଲବ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍‌ ମନୋଜ ମିଶ୍ର ଓ ଜଷ୍ଟିସ୍‌ ବିଜୟ ବିଷ୍ଣୋୟୀଙ୍କ ଖଣ୍ଡପୀଠ ଦାରା ସିଂହଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି। ଦଣ୍ଡ ହ୍ରାସ ଆବେଦନ ଉପରେ ରାଜ୍ୟ ସରକାର ଆଉ ନିଷ୍ପତ୍ତି ଟାଳିପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button