ଖେଳ
Duleep Trophy final: ଦଲୀପ ଟ୍ରଫି ଫାଇନାଲ୍: ଫଲୋଅନ୍ ଦ୍ବାରରେ ଦକ୍ଷିଣାଞ୍ଚଳ
ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ଦଲୀପ ଟ୍ରଫି ଫାଇନାଲ୍ରେ ଦକ୍ଷିଣାଞ୍ଚଳ ଫଲୋଅନ୍ ଦ୍ବାରରେ ରହିଛି। ପୂର୍ବାଞ୍ଚଳର ପ୍ରଥମ ପାଳି ସ୍କୋର୍ ୭୦୮ ଜବାବରେ ଦକ୍ଷିଣାଞ୍ଚଳ ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍ ହରାଇ ୨୪୨ ରନ୍ କରିଛି।

ଚେନ୍ନାଇ: ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ଦଲୀପ ଟ୍ରଫି ଫାଇନାଲ୍ରେ ଦକ୍ଷିଣାଞ୍ଚଳ ଫଲୋଅନ୍ ଦ୍ବାରରେ ରହିଛି। ପୂର୍ବାଞ୍ଚଳର ପ୍ରଥମ ପାଳି ସ୍କୋର୍ ୭୦୮ ଜବାବରେ ଦକ୍ଷିଣାଞ୍ଚଳ ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍ ହରାଇ ୨୪୨ ରନ୍ କରିଛି। ଅଧିନାୟକ ତିଳକ ବର୍ମା (୫୫*) ଓ ଚାମା ମିିଲିନ୍ଦ (୨*) ଲଢ଼େଇ ଜାରି ରଖିଛନ୍ତି। ଫଳରେ ସଂପ୍ରତି ପୂର୍ବାଞ୍ଚଳ ୪୬୬ ରନ୍ରେ ଆଗରେ ରହିଛି। ମଙ୍ଗଳବାର ସକାଳେ ରିକି ଭୁଏ (୧)ଙ୍କୁ ମୁକେଶ କୁମାର ଆଉଟ୍ କରି ଦକ୍ଷିଣାଞ୍ଚଳକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ।
ସୌଜନ୍ୟ ସମ୍ବାଦ




