ମହାନଗର

Balianta: ୩୬ ଘଣ୍ଟା ପରେ ମିଳିଲା ଅଟୋଚାଳକ ସଞ୍ଜୟ ସ୍ବାଇଁଙ୍କ ମୃତଦେହ

ବାଲିଅନ୍ତା କୁଆଖାଇ ନଦୀରେ ଅଟୋ ଚାଳକ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣାର ୩୬ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି l ବାଲିଅନ୍ତା ଅଗ୍ନିଶମ ବାହିନୀ ଦୀର୍ଘ ୩୬ ଘଣ୍ଟା କାଳ ସର୍ଚ୍ଚ ଅପରେସନ କରି ଶବ ଠାବ କରିବାରେ ସଫଳ ହୋଇଥିଲେ l

ବାଲିଅନ୍ତା: ବାଲିଅନ୍ତା କୁଆଖାଇ ନଦୀରେ ଅଟୋ ଚାଳକ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣାର ୩୬ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର  ଉଦ୍ଧାର ହୋଇଛି l ବାଲିଅନ୍ତା ଅଗ୍ନିଶମ ବାହିନୀ ଦୀର୍ଘ ୩୬ ଘଣ୍ଟା କାଳ ସର୍ଚ୍ଚ ଅପରେସନ କରି ଶବ ଠାବ କରିବାରେ ସଫଳ ହୋଇଥିଲେ l ଘଟଣାସ୍ଥଳ ଟଙ୍କପାଣି ବ୍ରିଜ ଠାରୁ ପ୍ରାୟ ୨ କିମି ଦୂର ଲିଙ୍ଗିପୁର  ପାର୍ଶ୍ଵରେ ମୃତଦେହ ଠାବ କରିଥିଲେ l ଖବର ପାଇ ବାଲିଅନ୍ତା ଥାନା ପୁଲିସ ପହଞ୍ଚିଥିଲା l

ପତ୍ନୀଙ୍କ ସହ ଝଗଡ଼ା କରି ନିଖୋଜ

ଏପଟେ ଖବର ପାଇ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ ନେଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା l ଉଲ୍ଲେଖ ଯୋଗ୍ୟ ଗତ ୭ ତାରିଖ ରାତି ୧୦ଟା ସମୟରେ ହରଚଣ୍ଡୀ ସାହିର ସଞ୍ଜୟ ପତ୍ନୀଙ୍କ ସହ ଝଗଡ଼ା କରି ନିଖୋଜ ହୋଇଯାଇଥିଲେ l କିଛି ସମୟ ପରେ ଟଙ୍କପାଣି ବ୍ରିଜ ଉପରୁ ତାଙ୍କର ଅଟୋ ଚପଲ, ଗାଡ଼ି ଚାବି, ଏବଂ ମୋବାଇଲ ଫୋନ ମିଳିଥିଲା l ବାଲିଅନ୍ତା ଅଗ୍ନିଶମ ବାହିନୀ, ଭୁବନେଶ୍ୱର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲେ  l

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button